ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇଚ୍ଛା ଥିଲେ ଉପାୟ ଆପେ ଆସେ । ତେବେ ଏଇ କଥାଟି ସତ ପ୍ରମାଣିତ ହୋଇଛି । ଜଣେ କ୍ୟାନ୍ସର ପୀଡ଼ିତ ନିଜର ଶେଷ ଇଛାକୁ ପୂରା କରିପାରିଛନ୍ତି । କ୍ୟାନ୍ସର ପୀଡ଼ିତ ହେଲେ ଧ୍ରୁବାନନ୍ଦ ଦାସ । ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ତାଙ୍କର ବହୁ ଇଛା ଥିଲା କାଳିଆର ଭଜନ ଟିଏ ଗାଇବେ ।
ଧ୍ରୁବାନନ୍ଦ ଦାସଙ୍କ ଇଚ୍ଛା ପୂରଣ ମଧ୍ୟ ହୋଇଛି । ଧ୍ରୁବାନନ୍ଦ ଦାସଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି କଣ୍ଠଶିଳ୍ପୀ ଜୟଶ୍ରୀ ଧଳ । ଧ୍ରୁବାନନ୍ଦ ଦାସଙ୍କର କଣ୍ଠରୁ ଭାବ ଭକ୍ତି ଭରା ଜଗନ୍ନାଥ ଭଜନ ଗାଇଥିଲେ “ଗଡ଼େଇ ନେବୁ ମୋ ସଂସାର ରଥ” । ତେବେ ବର୍ତ୍ତମାନ ତାର ମ୍ୟୁଜିକ ଭିଡିଓ ଲଞ୍ଚ ହୋଇଛି ।