Before Header

ପଢନ୍ତୁ ଖବର ସଂକ୍ଷେପରେ…

0 37

(ବଡ଼ ଖବର ବ୍ୟୁରୋ): -ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ଲହଣ୍ଡାବୁଡ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ କାଣ୍ଡ । ଗଣେଶ ମାଝୀର ଟାଙ୍ଗିଆ ଚୋଟରେ ପ୍ରଫୁଲ୍ଲ ଆଢେ ମୃତ। ପ୍ରଫୁଲ୍ଲ ଓ ଗଣେଷ ଗାଁରେ ଚାଲି ଚାଲି ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।
-ଏଥିରେ ଉତକ୍ଷିପ୍ତ ହୋଇ ଗଣେଶ ଧରିଥିବା ଟାଙ୍ଗିଆରେ ପ୍ରଫୁଲ୍ଲ ମୁଣ୍ଡକୁ ଆଘାତ ଦେଇଥିଲା। ଟାଙ୍ଗିଆ ଚୋଟ ପଡିବା ପରେ କିଛି ବାଟ ଯାଇ ତଳେ ପଡିଯାଇଥିଲା ପ୍ରଫୁଲ୍ଲ। ପରେ ଗ୍ରାମବାସୀ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
-ସେଠାରେ ଡାକ୍ତର ପ୍ରଫୁଲ୍ଲକୁ ମୃତ ଘୋଷଣା କରିଥିଲେ। ଖବରପାଇ ସଦର ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଗଣେଷ ମାଝିକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
-ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ପଡ଼ିଆ ପଡ଼ିଥିବା ଜମିରେ ଫାର୍ମ ପଣ୍ଡ ବା କ୍ଷେତ ପୋଖରୀ ଖୋଳିବା ଲାଗି ସହାୟତା ଯୋଗାଇ ଦେଉଛି ପ୍ରଶାସନ। ଏହା ଦ୍ୱାରା ଚାଷ ପାଇଁ ଜଳସେଚନର ସୁବିଧା ହେବା ସହିତ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ଏହା ସହାୟକ ହେଉଛି।
-ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଜଳବିଭାଜିକା ମିଶନ ପକ୍ଷରୁ ଜିଲ୍ଲାର ସମସ୍ତ ୧୭ ଟି ବ୍ଲକରେ ଏହି ପ୍ରକଳ୍ପ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ଚାଷ ଜମିକୁ ଠିକ୍ ସମୟରେ ପାଣି ମିଳୁଛି।
-ଚାଷୀମାନେ ଏକାଧିକ ଫସଲ କରିବା ସହିତ ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଉଛି। ଏହି ଯୋଜନାରେ ମହାତ୍ମା ଗାନ୍ଧୀ ନରେଗାକୁ ଯୋଡ଼ାଯାଇ ଶ୍ରମଜୀବୀଙ୍କୁ ମଜୁରି ସହାୟତା ଦିଆଯାଉଛି। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଖରୀ ଖୋଳା ତଦାରଖ ଦାୟିତ୍ୱ ଦିଆଯାଇ ସେମାନଙ୍କୁ ସଶକ୍ତ କରାଯାଉଛି।
-ତିନିଦିନ ଧରି ନିଖୋଜ ଥିବା ନାବାଳିକାଟିର ମୃତ ଦେହ ଘର ପଛପଟ ଏକ ପରିତ୍ୟକ୍ତ ଖାଲରୁ ଦେଖି ଘର ଲୋକେ ପୋଲିସକୁ ଖବର ଦେଇଥିଲେ ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଳ୍ଲା ବଡ଼ସାହି ବ୍ଲକ ମାଣତ୍ରୀ ଠାରେ ଥିବା ବାବା କଖାରୁଆ ବୈଦ୍ୟନାଥ କଲେଜ ପଛ ପଟେ ।
-ଘଟଣାଟି ମାଣତ୍ରୀ ଗ୍ରାମର ବାପି ଦେହୁରୀ, ନାବାଳକ ଝିଅ ପୂଜା ଦେହୁରୀ ୩ଦିନ ହେବ ନିଖୋଜ ଥିଲା । ମାତ୍ର ଏବାବଦରେ ପରିବାର ପକ୍ଷରୁ ଥାନାରେ କୋଣସି ଲିଖିତ ଅଭିଯୋଗ କରିନଥିଲେ । ପାଖ ସାହି ପଡିସା ଦୁର୍ଗନ୍ଧ ହେଉଛି ବୋଲି ସନ୍ଦେହ କରିଥିଲେ ।
-ପରିବାର ଲୋକେ ଘର ପଛ ପଟେ ଥିବା ପରିତ୍ୟକ୍ତ ଖାଲରେ ଦେଖିବାରୁ ଖାଲରୁ ୧୧ବର୍ଷର ନାବାଳିକାର ଗୋଳିତ ମୃତ ଦେହ ଦେଖିବାକୁ ପାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ମାଣତ୍ରୀ ଫାଣ୍ଡିକୁ ଖବର ଦେଇଥିଲେ ।
ଥାନାରେ ଅଭିଯୋଗ
-ବୈଶିଙ୍ଗା ପୋଲିସ ସାଇଣ୍ଟିଫିକ ଟିମ ସହିତ ଆସି ମୃତ ଦେହକୁ ଜବଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପରିବାର ପକ୍ଷରୁ ନାବାଳିକା ଝିଅକୁ କିଏ ଅପହରଣ କରି ପରେ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରୁଥିବା ବେଳେ ବ୍ୟବଚ୍ଛେଦ ରିର୍ପୋଟ ଆସିଲେ ଏହାର ପ୍ରକୃତ ସତ୍ୟା ସତ୍ୟ କ’ଣ ଜଣାପଡିବ ।
-ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୨ଟି ପରିବାରର ୫ ଜଣ ଅସୁସ୍ଥ । ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଅବସ୍ଥା ଗୁରୁତର ଥିବାରୁ ପରେ ସେମାନଙ୍କୁ ଯୋଡ଼ା, ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
-ଗୁରୁତର ଅସୁସ୍ଥଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାପଡିଛି । ଏମାନେ ସମସ୍ତେ ବାମେଵାରୀ ଥାନା, ଜୁରୁଡ଼ି ପେଣ୍ଠେଇ ବସ୍ତିର ବୋଲି ସୂଚନା ରହିଛି । ଗୁରୁତରମାନେ ହେଲେ, ସୁମିତା ପେଣ୍ଠେଇ, ତୁଳସୀ ପେଣ୍ଠେଇ, ନିରାଶ ପେଣ୍ଠେଇ , କୁନ୍ତଳା ଲୋହାର ଏବଂ ରେମାଳ ମହାରଣା ।
-ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଭିନ୍ନ ପ୍ରକଳ୍ପର ଉଦଘାଟନ। ଅନଗୁଳ, ଆଠମଲ୍ଲିକ, ପାଲଲହଡା, ବଇଣ୍ଡା, ମାଧପୁର, କିଶୋରନଗର, ଠାକୁରଗଡ଼ ମେଡିକାଲ ପାଇଁ ଲିକ୍ୟୁଡି ଅକ୍ସିଜେନ ସପ୍ଲାଇ ପାଇପ ଲାଇନର ଉଦଘାଟନ କରିଛନ୍ତି।
-ଅନଗୁଳ ମେଡିକାଲରେ ଘଣ୍ଟାକୁ ୬ ହଜାର ଲିଟର ଅକ୍ସିଜେନ ଲିକ୍ୟୁଡି ଉତ୍ପାଦନ କ୍ଷମତା ବିଶିଷ୍ଠ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। କୋଭିଡର ତୃତୀୟ ଲହରର ମୁକାବିଲା ପାଇଁ ବେଶ ସହାୟକ ହୋଇପାରିବ ଆଶା ରଖାଯାଇଛି।
-ରାୟଗଡା ଜିଲ୍ଲାର ମୁନିଗୁଡା ଥାନା ଅନ୍ତର୍ଗତ ନୂତନ ଖେଳ ଷ୍ଟାଡିଅମ ନିକଟରେ ଆଜି ଏକ ଟ୍ରକ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଟ୍ରକ ସହ ଗଞ୍ଜେଇ ଜବତ କରିବାରେ ପୋଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ସହ ମାଫିଆ ସକ୍ରିୟ ଥିବା ଜଣା ପଡିଛି ।
-ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । କିପରି ନିର୍ଭୟରେ ଏହିପରି ଚୋରା ଚାଲାଣ ଚାଲିଛି ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଟ୍ରକରେ ଏକ ସ୍ୱତନ୍ତ୍ର ବାକ୍ସ ଦ୍ୱାରା ୫୯୮କେଜି ଗଞ୍ଜେଇ ନେଇ ଗୁଡାରି ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ହେଉଥିଲା ।
-ଏହି ସମୟରେ କୌଣସି ମତେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ଟ୍ରକ ସହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ । ଜବତ ଗଞ୍ଜେଇର ବଜାର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ।
-ଘଟଣା ସ୍ଥଳରୁ ପୋଲିସକୁ ଚକମା ଦେଇ ମାଫିଆ ଫେରାର ହେବାରେ ସଫଳ ହୋଇଛନ୍ତି । ଏହି ଅଞ୍ଚଳରେ କେବେ ଗଞ୍ଜେଇ ଚୋରା ଚାଲାଣ ବନ୍ଦ ହେବ ଓ କେବେ ମାଷ୍ଟର ମାଇଣ୍ଡକୁ ଧରିବାରେ ପୋଲିସ ସଫଳ ହେବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।
-ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ। ପରିବାର ପକ୍ଷରୁ ଫାଣ୍ଡିରେ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୂଦ ଫାଣ୍ଡି ଅନ୍ତର୍ଗତ କୁଅଁରପୁର ଗାଁରେ। ମୃତକ ଜଣକ ହେଲେ କୁଅଁରପୁର ଗାଁର ନରେନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ।
-ପରକିୟା ପ୍ରିତି ଯୋଗୁ ଯୁବକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.