ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ହେବ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ରାଉଜ୍ ଆଭିନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ବର୍ତ୍ତମାନ ଏକ୍ସାଇଜ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ହେପାଜତରେ ଅଛନ୍ତି। ଅନ୍ୟପଟେ, ସିବିଆଇ ମାମଲାରେ ସୋମବାର ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ କୋର୍ଟ ଏଏପି ନେତାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି।