Masthead

ଆନ୍ଧ୍ର ଡାକ୍ତରଙ୍କ ହାତରେ ଆଦିବାସୀଙ୍କ ହଜାର ହଜାର ଏକର ଜମି

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡ ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା । ପୂର୍ବପୁରୁଷ ଛାଡ଼ିଯାଇଥିବା ହଜାର ହଜାର ଏକର ଜମି ଏବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଜଣେ ଡାକ୍ତରଙ୍କ ହାତରେ । ପାମୋଲିନ ଚାଷ ନାମରେ ୨୫ବର୍ଷରୁ ଅଧିକ ସମୟ ଧରି ନିଜ କବଜାରେ ରଖିଛନ୍ତି ପାର୍ବତୀପୁରମର ଜଣେ ଡାକ୍ତର ଡି. ରାମମୋହନ ରାଓ । ପ୍ରତ୍ୟେକ ମାସରେ ଏକାଧିକ ଥର ଏହି ଗଛ ମାନଙ୍କରୁ ପାମୋଲିନ ମଞ୍ଜି ଉତ୍ପାଦନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ୨୫ବର୍ଷ ପରେ ଜମି ଲିଜ ବାବଦକୁ ୪ରୁ ୬ହଜାର ଟଙ୍କା ବାର୍ଷିକ ଦେଇ ଠକିଚାଲିଛନ୍ତି ଏହି ଡାକ୍ତର ଜଣକ । ଆଦିବାସୀଙ୍କ ଜମି ଲିଜ ବା କିଣାବିକା ହୋଇପାରିବ ନାହିଁ । ତଥାପି ସେମାନଙ୍କ ସରଳତାର ସୁଯୋଗ ନେଇ ବର୍ଷକରେ ଥରେ ଆସି ଆଦିବାସୀ ଲୋକଙ୍କୁ ମନ୍ଦିର ବେଢ଼ାରେ ବସାଇ ଖାତାରେ ଲେଖାଇ ନେଉଛନ୍ତି ।

ସୀମାନ୍ତରେ ଆଦିବାସୀଙ୍କ ଅସରନ୍ତି କାହାଣୀ । ଏବେ ସୀମା ସେପାଖ ଶିକ୍ଷିତ ଡାକ୍ତର ଦଳଙ୍କ ଲୋଲୁପ ଦୃଷ୍ଟି ପଡିଛି ଆଦିବାସୀଙ୍କ ଜମି ଉପରେ । ଆଉ ନେତୃତ୍ୱ ନେଇଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମର ଡାକ୍ତର ଡି. ରାମମୋହନ ରାଓ । ଏହି ଜିଲ୍ଲାର ମାଟି, ବଂଶଧାରା ନଦୀର ପାଣି ଆଉ ଏଠାକାର ପବନ ବିନିମୟରେ ପାମୋଲିନ ଉତ୍ପାଦନ କରୁଛନ୍ତି । ଜମି ବାବଦକୁ ଚାଷୀଙ୍କ ଜମିକୁ ୧୭ରୁ ୨୫ବର୍ଷ ଧରି ନିଜ କବଜାରେ ରଖିଛନ୍ତି । ଆଦିବାସୀଙ୍କୁ ଶୋଷଣ କରିଆସୁଛନ୍ତି । କୌଣସି ସଠିକ ନଥିପତ୍ର ନାହିଁ କି ନିବନ୍ଧକ କାର୍ଯ୍ୟାଳୟରେ ଚୁକ୍ତିନାମା କି ଲେଖାପଢ଼ା ବି ନାହିଁ । ୨୫ବର୍ଷ ଚୁକ୍ତିର ଦ୍ୱାହୀଦେଇ ମନ୍ଦିର ପିଣ୍ଢାରେ ବସାଇ ନେଇଯାଉଛନ୍ତି ସରଳ ନିରୀହ ଲୋକଙ୍କ ଦସ୍ତଖତ । ଗୁଣପୁର ଉପଖଣ୍ଡର ଜଗନ୍ନାଥପୁର, ମାଛଖୁଣ୍ଟି, ଭାଲେରୀ, ସୁଭଦ୍ରାପୁର ଆଦି ୧୦ରୁ ଅଧିକ ଗାଁର ଆଦିବାସୀଙ୍କ ହଜାର ହଜାର ଏକର ଜମିରେ ୧୫/୧୭ବର୍ଷ, ଆଉ କିଛି ଚାଷୀଙ୍କ ଜମିରେ ୨୩ରୁ ୨୪ ବର୍ଷ ଧରି ଏହି ଗଛ ଲଗାଇ କରିଆସୁଛନ୍ତି ଲୁଣ୍ଠନ ।

ଜଗନ୍ନାଥପୁର ଗ୍ରାମର ଅଙ୍ଗଦ ଶବର । ଶାଶୁଙ୍କ ଜମିରେ ୧୭ବର୍ଷ ଧରି ଡାକ୍ତର ରାମମୋହନ ରାଓଙ୍କ ପାଖରେ ବନ୍ଧା ପଡିଥିବା ଅଭିଯୋଗ କରିଛନ୍ତି । ତାଙ୍କ ୨ଏକର ଜମିରେ ଏହି ଗଛ ଲଗାଯାଇଛି । ଗଛ ଲଗାଇବା ବେଳେ ବାର୍ଷିକ ୩୦୦୦ଟଙ୍କା ଦେଉଥିବା ବେଳେ ୧୭ବର୍ଷ ପରେ ଜମି ବାବଦକୁ ମାତ୍ର ୬ହଜାର ଟଙ୍କା ଦେଉ ଥିବା ଅଙ୍ଗଦ କହିଛନ୍ତି । ବାରମ୍ବାର ଜମି ମାଗିବା ପରେ ମଧ୍ୟ ୨୫ବର୍ଷର ଚୁକ୍ତି ହୋଇଥିବା ସମ୍ପୃକ୍ତ ଡାକ୍ତର କହୁଛନ୍ତି । ନିଜର ଜମି ଡାକ୍ତରଙ୍କୁ ଦେଇ ବର୍ତ୍ତମାନ ଅନ୍ୟର ଜମି ଚାଷକରି ସେଥିରେ ଗୁଜରାଣ ମେଣ୍ଟାଉଥିବା ଅଙ୍ଗଦ କହିଛନ୍ତି । ସେହିପରି ଗାଁର ନିମାଲ ଶୁକ୍ରୁଙ୍କ ଜମିକୁ ମଧ୍ୟ ପାର୍ବତୀପୁରମର ଡାକ୍ତର ରାଓ ଗତ ୧୭ବର୍ଷ ଧରି ନିଜ କବଜାରେ ରଖିଛନ୍ତି । ଆଉ ୨୫ବର୍ଷକୁ କଣ୍ଟକରି ପ୍ରତିବର୍ଷ ମନ୍ଦିର ମଣ୍ଡପରେ ବସି ୬୦୦୦ଟଙ୍କା ହାତରେ ଧରାଇ ଆଗାମୀ ଏକବର୍ଷ ପାଇଁ ନିଜର କରିନେଇଛନ୍ତି । ଆଦିବାସୀ ଜମି ସମେତ ସାଧାରଣ ବର୍ଗର ଲୋକଙ୍କ ପ୍ରାୟ ୨୦୦୦ ଏକର ଜମିକୁ ଲିଜର ଦ୍ୱାହୀ ଦେଇ ଗତ ୧୭ବର୍ଷ ଧରି ନିଜ ଅଧୀନରେ ରଖିଛନ୍ତି ଏହି ଡାକ୍ତର ବାବୁ ଜଣକ । ଜଗନ୍ନାଥପୁର ଗାଁର ପ୍ରଦୀପ ଗୌଡଙ୍କ ୭ଏକର ଜମିକୁ ଗତ ୧୭ବର୍ଷ ଧରି ରଖିଛନ୍ତି । ନିଜର ଗୋଟିଏ ଏକର ଜମିରେ ପେଟ୍ରୋଲ ପମ୍ପ କରିବା ସକାଶେ ଛାଡିବା ପାଇଁ ଅନୁରୋଧ କରିବା ପରେ ବି ସେ ମାନିନଥିଲେ । ନିଜର ଗୋଟିଏ ଏକର ଜମି ପାଇବା ପାଇଁ ୨୦ଲକ୍ଷ ଦାବି କରିଥିବା ନିଜେ ପ୍ରଦୀପ ଅଭିଯୋଗ କରିଛନ୍ତି ।

ସେହିପରି ମାଛଖୁଣ୍ଡି ଗାଁ ମୁଣ୍ଡଠାରୁ ବଂଶଧାରା ନଦୀପଠା ପର୍ଯ୍ୟନ୍ତ ୨୦୦ଏକର ଜମିରେ ମଧ୍ୟ ପାମୋଲିନ ଗଛ ଲଗାଯାଇଛି । ଗୋଟିଏ ଏକର ଜମିରେ ଲାଗିଥିବା ଗଛରେ ବର୍ଷକୁ ପ୍ରାୟ ୪୦ଥର ପାମୋଲିନ ଫଳ ତୋଳାଯାଏ । ଗୋଟିଏ ଗଛରୁ ଥରଟିଏ କାଟି ବିକି କରିବା ପରେ ଟନପିଛା ୨୦ହଜାର ଟଙ୍କା ମିଳୁଥିବା ମାଛଖୁଣ୍ଟିଗାଁର ମହେଶ ହୁଇକା କହିଛନ୍ତି । ବର୍ଷତମାମ ବିକ୍ରିପରେ ଗୋଟିଏ ଏକର ଜମିରୁ ୧୫ରୁ ୧୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ସେ କହିଛନ୍ତି । ତେବେ ମାଛଖୁଣ୍ଟିଗାଁରେ ଗତ ୨୫ବର୍ଷ ଧରି ପାମୋଲିନ ଗଛ ଲାଗିଥିବା ବେଳେ ଆଗକୁ ପୁଣି ସେହି ଡାକ୍ତର ପୁଣି ନିଜ ପାଇଁ ଲୋକଙ୍କ ସହ ଚୁକ୍ତି କରାଇନେବେ ବୋଲି ସେ କହିଛନ୍ତି । ଅଞ୍ଚଳର ସବୁ ଆଦିବାସୀଙ୍କ ମୁହଁରେ ଡାକ୍ତର ରାଓଙ୍କ ନାମ । କିନ୍ତୁ ବିଡମ୍ବନାର କଥା କୌଣସି ଚୁକ୍ତିନାମା ଜମି ମାଲିକଙ୍କ ପାଖରେ ନାହିଁ । ଆଦିବାସୀ ଇଲାକରେ ଲୋକଙ୍କ ଶୋଷଣ ମନବୃତ୍ତିକୁ ଦେଖି ଜମି ଦେଣନେଣ ପାଇଁ ସରକାରଙ୍କ ଏକ ସ୍ୱତନ୍ତ୍ର ଆଇନ ରହିଛି । ଲିଜ ସୂତ୍ରରେ ନେବା ସମ୍ଭବପର ନୁହେଁ ବୋଲି ଜଣେ ବରିଷ୍ଠ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା