Masthead

ପ୍ରଦୀପ ଓ ଭୃଗୁ ଲଢେଇ ଭିତରେ ବାଜିମାରି ନେବେ ରଶ୍ମି !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ସାଧାରଣ ନିର୍ବାଚନର ଓଡ଼ିଶାର ସବୁଠୁ ହଟ୍ ସିଟ୍ ହେଉଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ର । ରାଜ୍ୟ ରାଜନୀତିର ପୃଷ୍ଠଭୂମି ପାଲଟିଛି ଏହି ଆସନ । ଆମଦାନୀ ନେତା ଧରିଛନ୍ତି ଦୁଇ ପ୍ରମୁଖ ରାଜନୀତିକ ଦଳର ମଙ୍ଗ । ଜଣେ ବହିଷ୍କୃତ ତ ଆଉ ଜଣେ ଦଳ ପରିବର୍ତ୍ତନ ନେତା । ବିଜେପି ଓ ବିଜେଡିରୁ ହୋଇଛନ୍ତି ପ୍ରାର୍ଥୀ । ବିଜେଡିରୁ ବହିଷ୍କୃତ ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କରିଛି ସାଂସଦ ପ୍ରାର୍ଥୀ ।

ବିଜେଡି କିନ୍ତୁ ଖେଳିଛି ଖେଳ । ୨୦୧୯ରେ ବିଜେପିରୁ ହୋଇଥିବା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପ୍ରଦୀପଙ୍କ ପ୍ରାର୍ଥୀତ୍ୱକୁ ନେଇ ଥିଲେ ନାଖୁସ । ଯାହାର ସୁଯୋଗ ଅପେକ୍ଷାରେ ଥିଲେ ଭୃଗୁ । ଯାହାର ଫାଇଦା ଓଠାଇଲା ବିଜେଡି । ମଉକା ଦେଖି ଭୃଗୁ ମାରିଲେ ଛକା ।୧୯ରେ ହୋଇଥିବା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ବାଦ ପକାଇ ୨୦୧୯ରେ ଦଳର ପ୍ରତିଦ୍ୱନ୍ଦୀଙ୍କୁ ନିଜ ଦଳରେ ସାମିଲ କରି ମଇଦାନକୁ ଓହ୍ଲାଇଛନ୍ତି ସୁପ୍ରିମ ନବୀନ ପଟ୍ଟନାୟକ ।

୨୪ ଯୋଦ୍ଧା ଭାବେ ଦଳ ଭୃଗୁଙ୍କୁ କରିଛି ଭରଷା । ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପି ଟଣାଓଟରା ଭିତରେ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ କରିଛି ଆଶା । ରଶ୍ମୀଙ୍କୁ ପ୍ରାର୍ଥୀ କରି ଦଳ ଆମଦାନୀ ହଟାଅ ବ୍ରହ୍ମପୁର ବଞ୍ଚାଅର ଦେଇଛି ନାରା । ଯାହାର ଫାଇଦା ନେବାକୁ ବି ଅନେଇ ବସିଛି କଂଗ୍ରେସ । କିନ୍ତୁ ବ୍ରହ୍ମପୁର ଜନତାଙ୍କ ହାତରେ ଦଳ ଓ ପ୍ରାର୍ଥୀଙ୍କ ଭାଗ୍ୟ । କାହିଁକି ନା କାମ ପାଇଁ ଏଠୁ ହଜାର ହଜାର ଲୋକେ ବାହାର ରାଜ୍ୟ ଉପରେ ନିର୍ଭର କରିଥାନ୍ତି । ପ୍ରବାସୀ ଭୋଟର ହିଁ ଲୋକ ପ୍ରତିନିଧି ଚୟନର ବନିଥାନ୍ତି ସୁତ୍ରଧାର । ଯାହାକୁ ଯିବ ପ୍ରବାସୀ ଭୋଟ , ସେହି ପ୍ରାର୍ଥୀ ବନିପାରନ୍ତି ସିକନ୍ଦର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା