Masthead

ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ, ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଡିଆ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ତେବେ ଗୁରୁବାର ଏହି ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଅନ୍ୟପଟେ, ଇଡି ମାମଲାର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବା ବେଳେ ଇଡି ସିସୋଡିଆଙ୍କୁ ନେଇ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲା। ତେବେ କୋର୍ଟ ଶୁଣାଣି କରି ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା