Masthead

OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): OSRTC ସିଏଓ ବିଜୟ କୁମାର ମଙ୍ଗରାଜ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଓଏସଆରଟିସିର ବିତ୍ତୀୟ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟସ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ଘର ସମେତ ୭ ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ଯେଉଁଥିରେ ରହିଛି ଜେଡ ଅପର୍ଟମେଂଟର ଏକ ଫ୍ଲାଟ, ପଳାଶୁଣିରେ ଦୁଇଟି ଘର, ବାରିପଦାରେ ଘର, ଖାରବେଳଭବନରେ ଥିବା ଅଫିସ, ଇଡକୋ ଟାୱାରରେ ଥିବା ଅଫିସ, OSRTC ଅଫିସରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ସେହିପରି କେରଳର ଏର୍ଣ୍ଣାକୁଲମରେ ଏକ ଦି ମହଲା ବିଲଡିଂ ରହିଛି। ତଦନ୍ତ ବେଳେ ଜଣା ପଡ଼ିଛି, ୧୯୯୧ ରୁ ଚାକିରୀ କରିଥିଲେ ବିଜୟ । ୨୦୨ ରେ ଚାକିରୀରୁ ଅବସର ନେବାକୁ ଥିବାବେଳେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବିଜୟ କୁମାର ମଙ୍ଗରାଜ । ସେହିପରି ତାଙ୍କର ଦୁଇଟି କାର ଓ ଭୁବନେଶ୍ବରରେ ଦୁଇଟି ପ୍ଲଟ ଥିବା ଜଣାଯାଇଛି । ୫ ଶହ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଭିଜିଲାନସ । ବିଜୟ ମଙ୍ଗରାଜଙ୍କର ଏକ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ଏନେଇ ଭୁବନେଶ୍ବର ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ