Masthead

ଜୋହାନସବର୍ଗର ବଦଲା ଅହମ୍ମଦାବାଦରେ

୨୦୦୩ ମାର୍ଚ୍ଚ ୨୩ର ଇତିହାସକୁ ୨୦୨୩ରେ ବଦଳାଇବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ରବିବାର ହେବ ହାଇଭୋଲଟେଜ ମ୍ୟାଚ । ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ୨୦୦୩ ମାର୍ଚ୍ଚ ୨୩ରେ ଜୋହାନସବର୍ଗର ୱାଣ୍ଡରସ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଏହି ୨ଦଳ । ଏଥିରେ ୧୨୫ ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ । ଭାରତର ଦ୍ୱିତୀୟ ଥର ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ରହିଥିଲା । ରିକି ପଣ୍ଟିଂଙ୍କ ନେତୃତ୍ୱାଧିନରେ ଅଷ୍ଟ୍ରେଲିଆ ହେି ମ୍ୟାଚ ଖେଳିଥିଲା ।

ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ବିଶ୍ୱ କ୍ରିକେଟରେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ୨୦୨୩ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୯ରେ ଖେଳାଯିବାକୁ ଥିବା ଏହି ମହା ମୁକାବିଲାକୁ ନେଇ ଉକ୍ରଣ୍ଠା ଓ ରୋମାଂଚ ବଢିଛି । କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ବର୍ଷ ଟିମ ଚମକ୍ରାର ପ୍ରଦର୍ଶନ କରୁଛି । ଦଳ କ୍ରମାଗତ ୧୦ଟି ବିଜୟ ସହ ଅପରାଜୟ ଭାବେ ଫାଇନାଲରେ ପହଂଚିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚରେ ପରାଜିତ ହେବା ପରେ ଜବତଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଦଳ କ୍ରମାଗତ ୮ଟି ବିଜୟ ସହ ଫାଇନାଲରେ ପହଂଚିଛି । ଏବେ ଅପେକ୍ଷା ରବିବାରକୁ । ଭାରତ ୨୦ବର୍ଷ ତଳର ପ୍ରତିଶୋଧ ନେଉଛି କି ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱକପ ଟ୍ରଫି ଜିତୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ