ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ); ଜଟଣୀ ମଦ ଦୋକାନ ନେଇ ତୁଜୁଛି ଆନ୍ଦୋଳନ । ସୀତାରାମ ଛକ ଐତିହାସିକ ଶୈବ୍ୟ ପୀଠ ଲାଗି ମଦ ଦୋକାନ ବିରୋଧ କରି ୬ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଶ୍ୱହିନ୍ଦୁ ପରିଷଦ, ଜଟଣୀ ସୁରକ୍ଷା ମଞ୍ଚ, ଜଟଣୀ ବ୍ୟବସାୟୀ ମହାସଂଘ ସହ ବିଭିନ୍ନ ଅନୁଷ୍ଠାନ ତେବେ କାଲି ସନ୍ଧ୍ୟାରେ ଏଜ ବିରାଟ ମଶାଲ ବାଇକ ରାଲ୍ଲୀ ବାହାରି ଜଟଣୀ ସହର ପରିକ୍ରମା କରିବା ସହ ସକାଳ ୬ ରୁ ଦିନ ୧୨ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିବେଦନ କରିଥିଲା ବିଭିନ୍ନ ସଙ୍ଗଠନ । କିଛିଦିନ ହେବ ମଦ ଦୋକାନକୁ ବିରୋଧ କରି ବହୁ ମହିଳା ସଙ୍ଗଠନ ସହ ବହୁ ଅଗ୍ରଣୀ ଅନୁଷ୍ଠାନ ବିରୋଧ କରିଥିଲାବେଳେ ସରକାର ଦୁଇ ଦୁଇ ଥର ଏହି ମଦ ଦୋକାନକୁ ବନ୍ଦ କରି ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏବେ ପୁଣି ତେଜିଛି ଆନ୍ଦୋଳନ।
Prev Post
ଆଗକୁ ପଢନ୍ତୁ
