Masthead

ରାହୁଲଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି : ସ୍ମୃତି ଇରାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ କରିଛନ୍ତି କଡ଼ା ସମାଲୋଚନା । କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି। ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସ୍ମୃତି । ସେ କହିଛନ୍ତି ମୁଁ ରାହୁଲଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବିଦେଶରେ କହିଛନ୍ତି ଯେ ଦେଶର କୌଣସି ବିଶ୍ୱବିଦ୍ୟାଳୟରେ କହିବାର ଅଧିକାର ଆପଣଙ୍କର ନାହିଁ।

ଯଦି ଏହା ହୁଏ, ଯେତେବେଳେ ୨୦୧୬ ରେ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ଭାରତ ତେରେ ଟୁକଢେ ହୋଙ୍ଗେ’ ସ୍ଲୋଗାନ ଉଠାଯାଇଥିଲା, ସେତେବେଳେ ଆପଣ ଏହାକୁ ସମର୍ଥନ କରିଥିଲେ, ଏହା କ’ଣ ଥିଲା? ରାହୁଲ ବିଦେଶୀ ମାଟିରେ ଦେଶକୁ ବଦନାମ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗ ଭଳି ଅନୁଷ୍ଠାନକୁ ଅପମାନିତ କରିଛନ୍ତି। ଭାରତକୁ ଅପମାନିତ କରିବା ଗଣତନ୍ତ୍ର କି? ଗୃହର ବାଚସ୍ପତିଙ୍କୁ ଅପମାନ କରିବା ଗଣତନ୍ତ୍ର କି? ରାହୁଲଙ୍କଠାରୁ ଭାରତ କ୍ଷମା ଚାହୁଁଛି ବୋଲି ସ୍ମୃତି ଇରାନୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ