Masthead

କୋଭିଡ଼ ନେଇ ବାଚସ୍ପତିଙ୍କ ରୁଲିଂ: ଗଣମାଧ୍ୟମକୁ ତାଗିଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନରେ ଆଜି ହେଉଛି ପଞ୍ଚମ ଦିନ । ରାଜ୍ୟରେ କରୋନା ଅବ୍ୟବସ୍ଥା କୁ ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀଦଳ ନେତା । ରାଜ୍ୟରେ କରୋନା ମୁକାବିଲାରେ ଅନେକ କେଳେଙ୍କାରୀ ହୋଇଛି ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଥିଲେ । ରାଜ୍ୟରେ କୋଭିଡ଼ ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ସୁବିଧା ରୋଗୀମାନେ ପାଇପାରୁ ନାହାନ୍ତି । ରାଜ୍ୟରେ ଥିବା ବିଭିନ୍ନ କୋଭିଡ଼ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିପାରୁ ନାହିଁ । ଏହା ସହିତ ଅନେକ ସ୍ଥାନରେ ରୋଗୀମାନେ ହଇରାଣ ହେଉଥିବାର ଅଭିଯୋଗ ମଧ୍ୟ ଆସୁଛି ।

ବିରୋଧୀଦଳ ନେତାଙ୍କ ଉଦବେଗ ଶୁଣିବା ପରେ ବାଚସ୍ପତି ମଧ୍ୟ ଏହାର ଉତ୍ତର ରଖିଥିଲେ । ସେ କହିଥିଲେ ବିଭିନ୍ନ ସ୍ଥାନରୁ ଆମକୁ ମଧ୍ୟ ଏଭଳି ଅଭିଯୋଗ ଆସୁଛି । ଏଥିପାଇଁ ଏକ ସ୍କ୍ୱାର୍ଡ଼ ଗଠନ କରିବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହାସହିତ ଓଡିଶାର ସମସ୍ତ ସରକାରୀ ଓ ଘରୋଇ କୋଭିଡ଼ ହସ୍ପିଟାଲର ସ୍ଥିତି ଯାଞ୍ଚ ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗଣମାଧ୍ୟମକୁ ମଧ୍ୟ ତାଗିଦ କରିଛନ୍ତି ବାଚସ୍ପତି । ବିଭ୍ରାନ୍ତିକର ଖବର ପ୍ରସାରଣ ପାଇଁ ଗଣମାଧ୍ୟମକୁ ତାଗିଦ କରିଛନ୍ତି । ଗୃହରେ ବିଧାୟକମାନଙ୍କ କଥାକୁ ଗଣମାଧ୍ୟମରେ ବିଭ୍ରାନ୍ତ କରି ପ୍ରକାଶ କରାନଯାଉ ବୋଲି ବାଚସ୍ପତି କହିଛନ୍ତି । ଗୃହ ମଧ୍ୟକୁ ଆସୁଥିବା ସମସ୍ତ ସାମ୍ବାଦିକମାନେ ଠିକ ଖବର ପ୍ରସାରଣ କରନ୍ତୁ ବୋଲି ବାଚସ୍ପତି କହିଛନ୍ତି । ଏହାସହିତ ଗୃହ ବାହାରେ ରହୁଥିବା ସାମ୍ବାଦିକମାନେ ଗୃହର ବିବରଣୀ ପ୍ରକାଶ ନକରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ନିର୍ଦ୍ଧେଶ ନମାନିଲେ ନିୟମ ଅନୁଯାୟୀ କାର୍ଯାାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଚସ୍ପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ