Masthead

ଆନ୍ଦୋଳନକୁ ମିଳିଲାନି ଅନୁମତି, ଭୁବନେଶ୍ୱରରୁ ଫେରିଗଲେ ଶିକ୍ଷକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶିକ୍ଷକ ଆନ୍ଦୋଳନକୁ ମିଳିଲାନି ଅନୁମତି । ଭୁବନେଶ୍ୱରରୁ ଫେରିଗଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ ଡାକରା ଦେଇ ରାଜଧାନୀରେ ପହଞ୍ଚିଥିଲେ । କିନ୍ତୁ ଲୋୟର ପିଏମଜିରେ ଆନ୍ଦୋଳନ କରିବାକୁ ଅନୁମତି ଦେଲେ ନାହିଁ ସରକାର । ଆନ୍ଦୋଳନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁହ ଛୁଟି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ରାଜଧାନୀ ପହଞ୍ଚି ସାରିଥିଲେ । ତିନି ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ । ଦେଢଲକ୍ଷ ଶିକ୍ଷକ ଭୁବନେଶ୍ୱରରେ ଆନେ୍ଦାଳନ କରିବା ପାଇଁ ସଜବାଜ କରିଥିଲେ । ଗତକାଲି ହଜାର ହଜାର ଶିକ୍ଷକ ଭୁବନଶ୍ୱେରରେ ପହଞ୍ଚି ସାରିଥିଲେ ।

ସରକାର ଅନୁମତି ନଦେବାରୁ ଅନେକ ଶିକ୍ଷକ ଗତକାଲି ଫେରିଯାଇଥିଲେ । ଏବଂ ଅନେକ ଶିକ୍ଷକ ଆଜି ରାଜଧାନୀରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦର୍ଶନୀ ପଡ଼ିଆରେ ଛାଡିଥିଲେ ଏବଂ ଆନ୍ଦୋଳନକୁ ଅନୁମତି ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଅନୁମତି ନମିଳିବାରୁ ଆନ୍ଦୋଳନ ପାଇଁ ରାଜଧାନୀରେ ପହଞ୍ଚିଥିବା ଶିକ୍ଷକ କହିଛନ୍ତି, ଆମକୁ ଆମ ଅଧିକାରରୁ କ୍ଷୁର୍ଣ୍ଣ କରାଯାଇଛି । ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି, ପ୍ରାଥମିକ ଶିକ୍ଷାକୁ କାହିଁକି ନୁହେଁ । ଲକ୍ଷ ଲକ୍ଷ ଶିକ୍ଷକଙ୍କ ସହିତ କ’ଣ ପାଇଁ ଖେଳୁଛନ୍ତି ସରକାର । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା