Masthead

ମନାଲିରେ ବରଫ ବର୍ଷା, ଫସିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିମାଚଳପ୍ରଦେଶରେ ଜାରି ରହିଛି ବରଫ ବର୍ଷା । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବାକୁ ଯାଇଥିବା ପର୍ଯ୍ୟଟକ ଫସିଲେ । ମନାଲିରେ ବରଫ ବର୍ଷା ଯୋଗୁଁ ଏକାଧିକ ପର୍ଯ୍ୟଟକ ଫସିରହିଥିବା ଜଣାପଡ଼ିଛି । ସୋଲାଙ୍ଗରୁ ଅଟଳ ଟନେଲ ମଧ୍ୟରେ ଶହଶହ ଗାଡି ଫସି ରହିଛି । ଅଧିକ ଗହଳି ଯୋଗୁଁ ହଜାରରୁ ଅଧିକ ଗାଡି ଫସିରହିଥିବା ବେଳେ ୭୦୦ରୁ ଅଧିକ ଗାଡିକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ପାଖାପାଖି ହଜାରେ ଗାଡ଼ି ଏଠାରେ ଫସିରହିଥିଲା ।

ଫଳରେ ପୁଲିସକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଶହ ପର୍ୟ୍ୟଟକଙ୍କୁ ଉଦ୍ଧାର କରିଛି । ପ୍ରତିବର୍ଷ ଏହି ସମୟରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥଏ । ଆଉ ଏବେ ବଡ଼ଦିନ ଓ ନୂଆ ବର୍ଷ ଛୁଟି ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ଡିସେମ୍ବର ୮ତାରିଖରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ ଗତକାଲି ପୁଣି ତୁଷାରପାତ ହୋଇଥିଲା । ଏହି ସମୟରେ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ପର୍ୟ୍ୟଟକଙ୍କ ଗାଡ଼ି ଫସିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ