Masthead

ରାଜ୍ୟ ସରକାରଙ୍କ ଜାଗା ମିଶନ କାହା ପାଇଁ?

ପିପିଲି, (ବଡ଼ ଖବର ବ୍ୟୁରୋ): ଭୂମିହୀନ ପରିବାରଙ୍କୁ ଜମି ଯୋଗାଇବାକୁ ୨୦୧୭ ଅକ୍ଟୋବରରେ ସରକାର ଜାଗା ମିଶନ ଆରମ୍ଭ କରିଥିଲେ। କିନ୍ତୁ ଏହି ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଛି। ନିର୍ବାଚନ ପୂର୍ବରୁ ସବୁ ଭୂମିହୀନ ପରିବାରକୁ ଜାଗା ମିଶନ ମାଧ୍ୟମରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବେ ବୋଲି ପ୍ରଚାର ପ୍ରସାର କରି ନିର୍ବାଚନ ବୈତରଣୀ ପାର ହେଇଥିଲା ବିଜେଡି। ହେଲେ କ୍ଷମତାକୁ ଆସିବା ପରେ ଭୁଲିଯାଇଛି ଗରିବ ଦିନମଜୁରିଆ ଭୂମିହୀନଙ୍କ ଦୁର୍ଦ୍ଦଶା କଥା। ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ନିକଟ ବୀରପୁରୁଷୋତ୍ତମପୁର ଏବଂ ପିପିଲି ଏନଏସି ଅଞ୍ଚଳରେ ଦୀର୍ଘ ୪୦ବର୍ଷ ହେବ ରହିଆସୁଛନ୍ତି ଶତାଧିକ ଭୂମିହୀନ ପରିବାର। ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ଏମାନେ। ପ୍ରତ୍ୟେକ ନିର୍ବାଚନରେ ଭୋଟ ମଧ୍ୟ ଦେଉଛନ୍ତି। କିନ୍ତୁ ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। ନିଜ ଘରଡିହ ନ ଥିବାରୁ ସରକାରୀ ଜାଗା କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ଦୟାରୁ ଅସ୍ଥାୟୀ ଝାଟିମାଟି ଘରେ ପରିବାର ସହ ରହୁଥିଲେ। ଗତ ଫନି ବାତ୍ୟାରେ ଘର ଭାଙ୍ଗିଯିବାରୁ ଏବେ ଛିଣ୍ଡା ପଲିଥିନ ତଳେ ଜୀବନ ବିତୁଛି ଏମାନଙ୍କର। ଯେଉଁଭଳି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି ଆଖିରେ ନ ଦେଖିଲେ ବାସ୍ତବତା ଜାଣିବା ସମ୍ଭବ ନୁହେଁ। ସରକାର ଜାଗା ମିଶନ ଯୋଜନାରେ ସ୍ଥାୟୀ ବାସସ୍ଥାନ ପାଇଁ ଜମି ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜାଗା ମିଳିବା ତ ଦୂର କଥା, ଏମାନଙ୍କୁ ବାରମ୍ବାର ସରକାରୀ ଜାଗାରୁ ଉଠାଇ ଦିଆଯାଉଛି। ଜମି ଖଣ୍ଡେ ପାଇଁ ତହସିଲ ଅଫିସ ଦୌଡ଼ି ଦୌଡ଼ି ଏମାନେ ନିରାଶ ହୋଇଛନ୍ତି। ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସରଳ ଭୂମିହୀନ ପରିବାରଙ୍କ ପ୍ରତି ଚରମ ଅବହେଳା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଭୋଟ ବେଳେ ବଡ଼ ବଡ଼ ଗାଡ଼ି, ମାଳ ମାଳ ନେତାଙ୍କ ସୁଅ ଛୁଟେ, ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ହେଲେ ରାଜନୀତି ସରିଗଲେ କେହି ବି ଆସନ୍ତି ନାହିଁ ବୋଲି କହିଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା।
ଏହି ବସ୍ତି ଅଞ୍ଚଳ ପରିଦର୍ଶନ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି। ଏଠାକାର ସ୍ଥିତି ନଗଡ଼ାଠାରୁ ମଧ୍ୟ ଅଧିକ ଅବହେଳିତ ବୋଲି ସେ କହିଛନ୍ତି। ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ଭୂମିହୀନଙ୍କୁ ଚିହ୍ନଟ ଏବଂ ସ୍ଥାୟୀ ପଟ୍ଟା ପ୍ରଦାନରେ ବିଳମ୍ବ ହୋଇଛି ସତ କିନ୍ତୁ ଯଥାଶୀଘ୍ର ତହସିଲଦାରଙ୍କ ସହ ଆଲୋଚନା କରି ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲିଦାର ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ