Masthead

ତୁର୍କୀରେ ଭୂକମ୍ପ, ଭାରତକୁ ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୩୬ ହଜାର ଟପିଗଲାଣି । ଏଥିସହିତ ହଜାର ହଜାର ଲୋକ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ହଜାର ହଜାର ଘରଦ୍ୱାରା ଭାଙ୍ଗି ମାଟିରେ ମିଶିଯାଇଛି । କିନ୍ତୁ ପୁଣି ଥରେ ତୁର୍କୀରେ ଦେଖିବାକୁ ମିଳିଛି ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକାର ଝଲକ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭୂକମ୍ପର ପ୍ରଭାବରେ ଇଣ୍ଡିଆନ ଆର୍ମିର ହସ୍ପିଟାଲରେ ଫାଟ ସୃଷ୍ଟି ହୋଇଛି ।

ସେପଟେ ପୁଣି ଆଉ ଏକ ଭବିଷ୍ୟବାଣୀ । ଭାରତକୁ ଆସିପାରେ ବଡ଼ ବିପଦ । ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ହୋଇପାରେ ବଡ଼ ଧରଣର ଭୂମିକମ୍ପ । ତୁର୍କୀରେ ଭୂମିକମ୍ପ ଆସିବା ପୂର୍ବରୁ ମଧ୍ୟ ହୋଇଥିଲା ଭବିଷ୍ୟବାଣୀ । ନେଦରଲ୍ୟାଣ୍ଡ ଗବେଷକ ଫ୍ରାଙ୍କ ହୁଗ୍ବିଟ୍ସ ଭବିଷ୍ୟବାଣୀ କରିଥିଲେ । ଯାହା ପରେ ସତ ହୋଇଥିଲା । ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି। ଗବେଷକ ଫ୍ରାଙ୍କ୍‌ ହୁଗ୍‌ବିଟ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ଭାରତ ସମେତ ଆଫଗାନିସ୍ତାନ ଓ ପାକିସ୍ତାନର ଆଖପାଖରେ ବଡ଼ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’