Masthead

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ । ଭିଜା ବୈଧତା ଶେଷ ପରେ ଜାଣିଶୁଣି ସ୍ତ୍ରୀଙ୍କୁ ଲଚୁାଇ ରଖିଥିଲେ ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ମୁନିର ଅହମଦ । ତାଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିଜା ବୈଧତା ଶେଷ ହେବା ପରେ ଜମ୍ମୁ ବାସିନ୍ଦା ଯବାନ ମୁନିର ଜାଣିଶୁଣି ସ୍ତ୍ରୀଙ୍କୁ ଆଶ୍ରୟ ଦେଇଥିଲେ। ତାଙ୍କ କାର୍ଯ୍ୟ ସେବା ନିୟମାବଳୀର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ବୋଲି ସିଆର୍‌ପିଏଫ୍‌ କହିଛି ।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସରକାର ପାକିସ୍ତାନୀଙ୍କ ଭିଜା ରଦ୍ଦ କରିଥିବାବେଳେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁନିରଙ୍କ ସ୍ତ୍ରୀ ମିନାଲ ଖାନ୍‌ ପାକିସ୍ତାନୀ ହୋଇଥିବାବେଳେ ତାଙ୍କୁ ଦେଶ ଛାଡ଼ିବାକୁ ଗତ ୨୯ ତାରିଖରେ ଅଟ୍ଟାରୀ-ଓ୍ବାଘା ସୀମାକୁ ନିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଜମ୍ମୁ-କଶ୍ମୀର ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ଭାରତରେ ୧୦ ଦିନ ରହିବାକୁ ଅନୁମତି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ