Masthead

ପାର୍ବଣ ଋତୁ ପାଇଁ ସତର୍କ କଲା କେନ୍ଦ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ପାର୍ବଣ ଋତୁ । ପାର୍ବଣରେ ବଢିପାରେ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କୋଭିଡ ନିୟମକକୁ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଧାର୍ମିକ ସ୍ଥଳୀ, ମେଳା ଆଦିରେ ବହୁ ଲୋକ ଏକାଠି ହେଲେ ସଂକ୍ରମଣ ବଢିପାରେ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଅଜୟ ଭଲ୍ଲା କହିଛନ୍ତି, ଦେଶବ୍ୟାପୀ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି ।

ଏହା ପରେ ବି ଅନେକ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ଦେଖିବାକୁ ମିଳୁଛି । ଯଦି କୌଣସି ଜିଲ୍ଲାରେ ଅଧିକ ସଂକ୍ରମଣ ଦେଖିବାକୁ ମିଳେ ତେବେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯିବ। କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର ହେଉଛି ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମାବଳୀକୁ ପାଳନ କରିବା । ପାର୍ବଣ ସମୟରେ ଏହି ୫ ରଣନୀତି ଯେପରି କାର୍ଯ୍ୟକାରୀ ହେବ, ସରକାର ତାହା ନିଶ୍ଚିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ସଚିବ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା