ବିସ୍ଫୋରଣ ପରେ ଆକ୍ସନ ମୋଡରେ ଆମେରିକା

(ବଡ଼ ଖବର ବ୍ୟୁରୋ): କାବୁଲ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଆମେରିକା। କାବୁଲ ଆକ୍ରମଣରେ ନିୟୋଜିତ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ମାରିବାକୁ ଲକ୍ଷ୍ୟ ରଖିଛି ଆମେରିକା। କାବୁଲ ବିମାନବନ୍ଦରରୁ ଅଳ୍ପ ଦୂରରେ ଥିବା ଜନବସତି ଉପରେ ଆଜି ହୋଇଛି ରକେଟ ମାଡ଼। ପ୍ରଥମେ ଏହା ଆତଙ୍କବାଦୀଙ୍କ କାରନାମା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଆମେରିକା ସେନା ସ୍ପଷ୍ଟ କରିଛନ୍ତି ଯେ ଆମେରିକା ହିଁ ରକେଟ ମାଡ଼ କରିଛି।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଆମେରିକାର ସେନା ଅଧିକାରୀ କହିଛନ୍ତି ଯେ ବିମାନ ବନ୍ଦର ପାଖରେ ଥିବା ଏକ ଜନବସତି ଅଞ୍ଚଳରେ ଥିବା ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟର ଖୋରାସାନ୍ ମଡ୍ୟୁଲକୁ ଆମେରିକା ଟାର୍ଗେଟ କରିଛି। ଅନ୍ୟପଟେ ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ମଧ୍ୟ କହିଛି ଯେ ଆମେରିକା ଜଣେ ବିଶ୍ୱସ୍ତ ଆକ୍ରମଣକାରୀଙ୍କୁ ଟାର୍ଗେଟ କରିଛି। ଅନ୍ୟପଟେ ନାମ ଗୋପନ ରଖିବା ସର୍ତ୍ତରେ ଖବର ସରବରାହ ସଂସ୍ଥା ରଏଟର୍ସକୁ ଜଣେ କହିଛନ୍ତି ଯେ ଉଭୟ ପାଶ୍ଚାତ୍ୟ ଦେଶ ତଥା ତାଲିବାନର ଶତ୍ରୁ ଥିବା ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଗୋଷ୍ଠୀର ଜଣେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ରକେଟ୍ ମାଡ଼ କରାଯାଇଥିଲା।

ଗୁରୁବାର ବିମାନବନ୍ଦର ନିକଟରେ ହୋଇଥିବା ଆକ୍ରମଣ ପାଇଁ ଏହି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ୧୩ ଜଣ ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଏୟାର ଷ୍ଟ୍ରାଇକ କରି ଡ୍ରୋନ ଜରିଆରେ ବୋମା ପକାଇଥିଲା ଆମେରିକା। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ଯିଏକି ଆମେରିକା ଟାର୍ଗେଟରେ ଥିଲା। ଶନିବାର ଆଫଗାନର ନଙ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଏହି ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଆମେରିକା ଡ୍ରୋନ୍‌ ତା’ର ଟାର୍ଗେଟକୁ ହିଟ୍‌ କରିଛି। ଆଗକୁ ମଧ୍ୟ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେଣ୍ଟ୍ରାଲ କମାଣ୍ଡ ଦମ୍ଭୋକ୍ତି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’