Masthead

‘ଦୀଘାକୁ ଜଗନ୍ନାଥ ଧାମ କହିପାରିବେନି’

ପୁରୀ (ବଡ଼ ଖବର ବ୍ୟୁରୋ): ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ମୁହଁ ଖୋଲିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ସେ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତିରେ କେବଳ ବ୍ରହ୍ମ ସଂସ୍ଥାପନର ପ୍ରାବଧାନ ରହିଛି। ଶ୍ରୀମନ୍ଦିର ରତ୍ନବେଦିରେ ବିରାଜିତ ଶ୍ରୀବିଗ୍ରହମାନଙ୍କର ନବକଳେବର ହୋଇଥାଏ। ଯାହା ବିଶ୍ୱରେ କୌଣସି ମନ୍ଦିରରେ ହୁଏ ନାହିଁ। ସେହିଭଳି କେବଳ ଶ୍ରୀକ୍ଷେତ୍ରରେ ସ୍ୱୟଂ ନାରାୟଣ ଜଗନ୍ନାଥଙ୍କ ରୂପରେ ଦାରୁବ୍ରହ୍ମ ଭାବରେ ପୂଜା ପାଆନ୍ତି।

ଜଗନ୍ନାଥ ଧାମ କେବଳ ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ନବକଳେବର ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲାଗି ଆସିଥିବା ଦାରୁ ବଳକା ରହେ ନାହିଁ। ଯାହା ବଳକା ରହେ ସେଥିରେ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ। କିଛି ଦିନର ନିରବତା ପରେ ଏଭଳି ମତବ୍ୟକ୍ତ କରିଛନ୍ତି ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ଉପରେ ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। । ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କୁ ମଧ୍ୟ ଚିଠି ଦିଆଯାଇଛି।

ସେ ବୈଠକରେ ଯୋଗଦେଇ ନିଜର ମତ ଉପସ୍ଥାପନ କରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ସ୍ୱାଇଁ ମହାପାତ୍ର। ତେବେ ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଏହି ବୈଠକରେ ସେ ଯୋଗଦେବେ । ଦୀଘା ଜଗନ୍ନାଥ ବିବାଦ ଓ ଦାରୁ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ । ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ବି ନୋଟିସ୍ ଜାରି ହୋଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼