Masthead

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଜୟଶଙ୍କରଙ୍କ ବାନ୍ଧବୀ ସୋମାଲିକା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଦେଇଥିବା ନିର୍ୟାତନା ନେଇ ଅବଗତ କରାଇଛନ୍ତି। ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ ଦଳ ନେତାଙ୍କୁ ଭେଟିଛନ୍ତି ବୋଲି ଜଣାପଡ଼ିଛି। ବିରୋଧୀଦଳ ନେତାଙ୍କୁ ଭେଟିବା ପରେ ସୋମାଲିକା କହିଛନ୍ତି, ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି। ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଜେଡି ସଦସ୍ୟ ଥିବାରୁ ବିଜୟଶଙ୍କରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୁଲିସ ଓ କୋର୍ଟରେ ଚକର କାଟୁଛି ।

ସେ ଆହୁରି କହିଛନ୍ତି, ବିଜୟ ଶଙ୍କରଙ୍କ ବିରୋଧରେ କରିଥିବା ଅଭିଯୋଗ ନେଇ ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେବାକୁ ୧୯ ଦିନ ପୂରିଲାଣି। ହେଲେ ଆଜି ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ହେଉନି। ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ୟ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କଲେ ସୋମାଲିକା। ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି। ୧୬୧, ୧୬୪ରେ ମୋର ବୟାନ୍‌ ରେକର୍ଡ କରାଯାଇଛି। ମୋ’ ପାଖରେ ଯାହା ପ୍ରମାଣ ଥିଲା, ସବୁ ଦେଇଦେଇଛି। କିନ୍ତୁ ଯିଏ ଦୋଷୀ, ସିଏ ଖୋଲମ୍‌ଖୋଲା ବୁଲୁଛନ୍ତି। ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା