ବିରୋଧୀ ଦଳ ସରକାର ବିରୋଧରେ କହିବେ: ନୃସିଂହ ଚରଣ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟାରଖିଲେ ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । କହିଛନ୍ତି ରତ୍ନ ଭଣ୍ଡାର କଥା ବହୁତ ଦିନ ଧରି ଆଲୋଚନା ଚାଲିଛି। ହାଇକୋର୍ଟ ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ପରିଚାଳନା କମିଟି ଯାହା ଖୋଲିବା ନେଇ ନିଷ୍ପତ୍ତି ନେବେ। ଏହାକୁ ନେଇ କେବଳ ରାଜନୀତି କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ପୁରୀରେ ଯାଇ କିଛି ଦିନ ତଳେ ରାଲି କଲା । ବିଜେପି ମଧ୍ୟ ସବୁ ବେଳେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରୁଛି । ଖାଲି ରାଜନୀତିକ ଉଦ୍ଦେଶ୍ୟ ରଖି। ଏହା ଆଦୌ ଠିକ୍ ନୁହେଁ।ବିଜେପି ବିଜେଡି ମେଣ୍ଟ ସରକାର ସମୟରେ ବିଜେପିର ଜଣେ ଆଇନ୍ ମନ୍ତ୍ରୀ ଥିଲେ।

ସେତେବେଳେ କଣ ପାଇଁ ଉଠାଇଲେନି ଖୋଲିବା କଥା। କାହିଁକି ଚୁପ୍ ଥିଲେ।ଏବେ ଯେହେତୁ ବିରୋଧି ଦଳରେ ଅଛନ୍ତି ବିରୋଧ କରିବା ଲାଗି ଏ କଥା କହୁଛନ୍ତି।ନିର୍ଦ୍ଦେଶ ମାନ୍ୟବର ହାଇକୋଟଙ୍କର ଅଛି।ପରିଚଳନ କମିଟି ବୈଠକ କରି କେବେ ଖୋଲିବେ କଣ କରିବେ ନିଷ୍ପତ୍ତି ନେବେ। ବିରୋଧୀ ଦଳ ସରକାର ବିରୋଧରେ କହିବେ । ସୁରକ୍ଷା ନଥିବା ଭଳି ଅନେକ କଥା କହିବେ । ସେଥିରେ କିଛି କଥା ନାହିଁ । ବାସ୍ତବତା ହେଉଛି ନିର୍ଦ୍ଦେଶ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ମଧ୍ୟ ପରିଚାଳନା କମିଟି ନେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ