ଚିହ୍ନ ଓ ନାଁ ପାଇଁ ୨ ହଜାର କୋଟି ଡିଲ୍: ସଞ୍ଜୟ ରାଉତ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ଦଳୀୟ ଚିହ୍ନ ଓ ନାଁକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତିି । ମହାରାଷ୍ଟ୍ରରେ ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ନିର୍ବାଚନ ଆୟୋଗ ଶିବସେନା ନାଁ ଓ ଦଳୀୟ ଚିହ୍ନକୁ ଏକନାଥ ସିନ୍ଦେ ଗୋଷ୍ଠୀକୁ ଦେଇଛନ୍ତି। ଏହାକୁ ନେଇ ଏବେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଲଗାତର ବିରୋଧ କରୁଛି। ଏନେଇ ଆଜି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

ରାଜନୈତିକ ଲଢ଼େଇ ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସଞ୍ଜୟ କହିଛନ୍ତି, ନିର୍ବାଚନ ଚିହ୍ନ ଓ ଦଳର ନାଁକୁ ନେଇ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି। ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଛି। ଖୁବଶୀଘ୍ର ଏହି ଦାବି ଉପରେ ପ୍ରମାଣ ଦେବେ ବୋଲି କହିଛନ୍ତି ସଞ୍ଜୟ। ସିନ୍ଦେ ଗୋଷ୍ଠୀକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ସଞ୍ଜୟ ରାଉତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ