Masthead

ପୁରୁଷୋତ୍ତମଙ୍କ ହାତଧରିଲେ ସୋନି

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ଛତିଶଗଡ଼କୁ ବୋହୁ ହୋଇଗଲେ ସୋନି । କନ୍ୟାଦାନ କଲେ ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ । ସୋନି । ସୋନି ଯାଦବ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁଶମେଲ ଗାଁର ଅଳିଅଳି ଝିଅ ସୋନି ଯାଦବ ୫ ବର୍ଷ ତଳେ ପଡ଼ୋଶୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରହାସୀନି ମନ୍ଦିରକୁ ସମ୍ପର୍କୀୟଙ୍କ ସହ ବୁଲିବାକୁ ଆସିଥିଲେ ।

ମହାନଦୀ କୂଳରେ ଚନ୍ଦ୍ରହାସୀନି ମନ୍ଦିର । ସେତେବେଳେ ବନ୍ୟାପାଣି ନଦୀର ଦୁଇ କୁଳ ଛୁଇଁ ବୋହି ଯାଉଥିଲା । କୌଣସି କାରଣରୁ ମହାନଦୀରେ ଭାସି ଯାଇଥିଲେ ସୋନି । କୁଶମେଲା ଗାାଁର ମତ୍ସଜୀବୀ ସନ୍ୟାସୀ କାଲୋ ମାଛ ଧରିବାକୁ ଗଲାବେଳେ ସୋନିଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ । ସନ୍ୟାସୀ ଓ ତାଙ୍କ ସ୍ତ୍ରୀ ସୋନିଙ୍କ ଉପରେ ଢାଳିଦେଇଥିଲେ ବାପା ମାଆଙ୍କ ସ୍ନେହ ଆଦର ।

ଆଉ ସୋନି ଖାଲି ସନ୍ୟାସୀ ନୁହେଁ କୁଶମେଲ ଗାଁର ପ୍ରତିଟି ଲୋକର ସ୍ନେହ ଆଦର ସାଉଁଟିଥିଲା । ଅନାଥ ସୋନୀକୁ ବିଦାୟ ଦେବା ବେଳେ ଗାଁର ଆବାଳ ବୃଦ୍ଧବନିତାଙ୍କ ଆଖି ଲୁହରେ ଜକେଇ ଯାଇଥିଲା । ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଧରମ ଜୟଗଡ଼ର ପୁରୁଷୋତ୍ତମ ଯାଦବ ସୋନିଙ୍କ ପାଣି ଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ