Masthead

ଏକ ଆଦିବାସୀ ଗାଁର ପ୍ରଥମ ଗ୍ରାଜୁଏଟ, ମାଗଣାରେ ଦେଉଛନ୍ତି ଶିକ୍ଷାଦାନ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ):ଦେଖନ୍ତୁ ଏହି ଦୃଶ୍ୟ । ଛୋଟ ଛୋଟ ପିଲାଙ୍କୁ ମଣିଷ କରିବା ପାଇଁ ଜଣେ ଯୁବତୀ ଚଳାଇଛନ୍ତି ଉଦ୍ୟମ । ଯୁବତୀଙ୍କ ନାଁ ସନ୍ଧ୍ୟା । କୋଏମ୍ବାଟୁରର ଆଦିବାସୀ ଗାଁ ଚିନ୍ନାମପଟିର ପ୍ରଥମ ଗ୍ରାଜୁଏଟ୍ ସନ୍ଧ୍ୟା । ମାତ୍ର ଚାକିରି ପଛରେ ନ ଧାଇଁ ନିଜ ଗାଁ ସମେତ ଆଖପାଖ ଆଦିବାସୀ ଗାଁର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି । ପୁଣି ମାଗଣାରେ ପିଲାମାନଙ୍କୁ ଦେଉଛନ୍ତି ଶିକ୍ଷା । ସେ ପିଲାମାନଙ୍କୁ ନିଜ ଘରେ ନିୟମିତ ଶିକ୍ଷା ଦେବା ପାଇଁ ସ୍ଥିର କରିଛନ୍ତି । ସ୍କୁଲ ଟାଇମରେ ଶିକ୍ଷା ଦେବେ ବୋଲି ସନ୍ଧ୍ୟା କହିଛନ୍ତି ।

ସନ୍ଧ୍ୟା କହିଛନ୍ତି, ପିଲାମାନଙ୍କୁ ସେ ସମସ୍ତ ବିଷୟରେ ଶିକ୍ଷା ଦେଉଛନ୍ତି । ପିଲାମାନେ ଆଗ୍ରହର ସହ ପାଠ ପଢୁଛନ୍ତି । ସେମାନେ ମଧ୍ୟ ଭଲ ଇଂରାଜୀ କହିପାରୁଛନ୍ତି । ଆଦିବାସୀ ସ୍କୁଲ ପିଲାଙ୍କୁ ସରକାର ଯେପରି ମାଗଣାରେ ଖାଦ୍ୟ, ବହି ଓ ପୋଷାକ ଦେଉଛନ୍ତି, ସନ୍ଧ୍ୟା ମଧ୍ୟ ସେପରି ଯୋଗାଇ ଦେବେ ବୋଲି ସନ୍ଧ୍ୟା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ