ଆଜି ଆସିବ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି

ପୁରୀ (ବଡ଼ ଖବର ବ୍ୟୁରୋ): କାଲି ଖୋଲିପାରେ ରତ୍ନଭଣ୍ଡାର । ଆଜି ଆସିବ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି । କେମିତି ରତ୍ନଭଣ୍ଡାର ଖୋଲାଯିବ, କିଏ କିଏ ସବୁ ଭିତରକୁ ଯିବେ ସେନେଇ ସ୍ପଷ୍ଟ ସୂଚନା ଆଜି ମିଳିପାରେ । ଗତ ୯ ତାରିଖରେ ରତ୍ନଭଣ୍ଡାର ଖୋଲିବାର ଦ୍ୱିତୀୟ ବୈଠକରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ଦିନ ଧାର୍ୟ୍ୟ ହୋଇଥିଲା । କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା ଯାଞ୍ଚ କମିଟି ଅଧ୍ୟକ୍ଷ କହିଥିଲେ। କମିଟି ସୂଚନା ଅନୁସାରେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ । ଏହାପରେ କମିଟି ସଦସ୍ୟ ଭିତରକୁ ଯିବେ । କିନ୍ତୁ ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଏହି ସମୟରେ ସମସ୍ତ ଟିମର ସହଯୋଗ ନିଆଯିବ । ସ୍ନେକ ହେଲପ ଲାଇନର ମଧ୍ୟ ସହଯୋଗ ନିଆଯିବ । ସେହିପରି ରତ୍ନଭଣ୍ଡାର ଯିବା ପୂର୍ବରୁ ଆଲୋକୀକରଣ ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ