ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି ଯେ, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା । ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ତଦନ୍ତ ପରେ ଏହି ସୂଚନା ଦେଇଛନ୍ତି ।
ଏଡିଜି କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡିଛି । ସୌମ୍ୟ ରହୁଥିବା ପାରଳାଖେମୁଣ୍ଡି ସରକାରୀ ବାସ ଭବନରରେ ହିଁ ଏହି ଦୁର୍ଘଟଣା ଘଟିଛି । ଏଥିରେ ସୌମ୍ୟଙ୍କ ପତ୍ନୀଙ୍କ କୌଣସି ସମ୍ପୃକ୍ତି ନାହିଁ । ତେବେ ଏହି ରିପୋର୍ଟରେ ସୌମ୍ୟଙ୍କ ପତ୍ନୀ ଅବହେଳା କରିଛନ୍ତି ବୋଲି ଦର୍ଶାଯାଇଛି । ଏଡିଜି କହିଛନ୍ତି ଯେ, ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ବେଳେ ପତ୍ନୀ ବଦ୍ୟାଭାରତୀ ପଣ୍ଡା ଲିଭାଇ ନଥିଲେ । ଏ ନେଇ ତାଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି କୁହାଯାଇଛି ।