Masthead

ପୁଣି ଏକ ବିଗ୍ ବଜେଟ୍ ମୁଭିରେ ପ୍ରଭାସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଜଗତର ସବୁଠାରୁ ବ୍ୟସ୍ତ ଅଭିନେତା ଏବେ ବାହୁବଲୀ ଫେମ୍ ପ୍ରଭାସ୍ । ବାହୁବଲୀର ବିଗ୍ ସକ୍ସସେସ୍ ପରେ ତାଙ୍କୁ ମିଳୁଛି ଅନେକ ହିଷ୍ଟୋରିକାଲ୍ ମୁଭିର ଅଫର । କିଛି ମୁଭିର ସୁଟିଂ ସେ ଆରମ୍ଭ କରି ସାରିଥିବା ବେଳେ ଆଉ କିଛି ରହିଛି ରିଲିଜ୍ ଅପେକ୍ଷାରେ । ତେବେ ଏସବୁ ଭିତରେ ଏବେ ପ୍ରଭାସ୍ ପୁଣି ଥରେ ତାଙ୍କର ଆଉ ଏକ ମୁଭିର ଘୋଷଣା କରିଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ସେ ତାଙ୍କ ୨୫ ତମ ଫିଲ୍ମର ଟାଇଟେଲ୍ ଘୋଷଣା କରିଛନ୍ତି । ଫିଲ୍ମର ଟାଇଟେଲ୍ ରହିଛି ‘ସ୍ପିରିଟ୍’ । ଏହି ଫିଲ୍ମ ଅର୍ଜୁନ୍ ରେଡ୍ଡୀ ଏବଂ କବୀର ସିଂ ଫେମ୍ ନିର୍ଦ୍ଦେଶକ ସନ୍ଦିପ୍ ରେଡ୍ଡୀଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଛି ।

ନିକଟରେ ଫିଲ୍ମର ଫାଷ୍ଟ୍ ପୋଷ୍ଟର ବି ସେୟାର କରିଛନ୍ତି ପ୍ରଭାସ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାକୁ ଲାଗିଛି । ବିଶେଷ କଥା ହେଉଛି ତାମିଲ୍, ତେଲୁଗୁ, କନ୍ନଡ, ହିନ୍ଦୀ, ତଥା ଆନ୍ତର୍ଜାତୀୟ ଭାଷା ଜାପାନୀ, ଚାଇନିସ୍ ଏବଂ କୋରିଆରେ ଏହି ମୁଭି ରିଲିଜ୍ ହେବ । ତେବେ ଏହି ଫିଲ୍ମ ବିଷୟରେ ପ୍ରଭାସ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଛନ୍ତି- ଏହା ମୋର ୨୫ ତମ ଫିଲ୍ମ ଏବଂ ଏହାକୁ ପାଳନ କରିବା ପାଇଁ କୌଣସି ଭଲ ଉପାୟ ହୋଇପାରିବ ନାହିଁ। ଏହାର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଏହା ମୋ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ଫିଲ୍ମ ହେବ।
ଏହା ବ୍ୟତିତ ଭୂଷଣ କୁମାରଙ୍କ ସହ କାମ କରିବା ତାଙ୍କ ପାଇଁ ସବୁବେଳେ ଆରାମଦାୟକ ହୋଇଥାଏ ଏବଂ ତାଙ୍କ ସହିତ ପ୍ରଭାସଙ୍କର ଭଲ ସମ୍ପର୍କ ରହିଥାଏ ବୋଲି କହିଛନ୍ତି ପ୍ରଭାସ । ତେବେ ପ୍ରଭାସଙ୍କ ମତରେ ଏହି ଫିଲ୍ମର ସୁଟିଂ ବି ସେ ଖୁବଶୀଘ୍ର ଆରମ୍ଭ କରିବେ । ଫ୍ୟାନ୍ସମାନେ ତାଙ୍କୁ ଏହି ଅବତାରରେ ଦେଖିବାକୁ ଆଗ୍ରହୀ ଥିବା ଯୋଗୁଁ ସେ ଏହି ଫିଲ୍ମକୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ।

ତେବେ ଅନେକ ଦିନ ହେବ ସ୍କ୍ରିନରେ ପ୍ରଭାସଙ୍କୁ ଦେଖିବାକୁ ପାଇ ନାହାଁନ୍ତି ଦର୍ଶକ । ଶେଷଥର ପାଇଁ ସେ ୨୦୧୯ରେ ଫିଲ୍ମ ‘ସାହୋ’ରେ ନଜର ଆସିଥିଲେ । ଏଥିରେ ପ୍ରଭାସଙ୍କ ଦମଦାର ଆକ୍ସନ୍ ଦର୍ଶକଙ୍କର ବେଶ୍ ମନଛୁଆଁ ହୋଇଥିଲା । ବର୍ତ୍ତମାନ ପ୍ରଭାସଙ୍କ ହାତରେ ରହିଛି ୩ରୁ ୪ଟି ବିଗ୍ ବଜେଟ୍ ମୁଭି । ରାଧେଶ୍ୟାମ୍, ସାଲାର୍, ଆଦି ପୁରୁଷ ଏବଂ ନାଗ ଅଶ୍ୱିନୀଙ୍କ ଅପକିଙ୍ଗ ପ୍ରୋଜେକ୍ଟରେ ନଜର ଆସିବେ ପ୍ରଭାସ । ତା ସହ ସେ ଏବେ ଆଉ ଏକ ବିଗ୍ ବଜେଟ୍ ଫିଲ୍ମର ଘୋଷଣା କରି ସାରିଛନ୍ତି । ତେବେ ଆଗକୁ ପ୍ରଭାସ ତାଙ୍କର ସବୁ ମୁଭି ଭଳି ତାଙ୍କ ଆଗାମୀ ମୁଭିରେ ବି ରେକର୍ଡ ତିଆରି କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର