Masthead

ମୃତଦେହ ସହ ବିତିଲା ୧୦ ଦିନ

ନୂଆଦିଲ୍ଲୀ(ବଡଖବର ବ୍ୟୁରୋ): କଥାରେ ଅଛି ସବୁ ସଂପର୍କଠାରୁ ଉଦ୍ଧ୍ୱର୍ରେ ରକ୍ତର ସଂପର୍କ । ଏ ସଂପର୍କରେ ନ ଥାଏ ଛଳନା ନା ଥାଏ ମିଛର ପରିଭାଷା । ଏହି ରକ୍ତର ସଂପର୍କ ମଧ୍ୟରେ ଅତ୍ୟନ୍ତ ମଧୁର ସଂପର୍କ ହେଉଛି ଜେଜେମା’ ନାତିର ସଂପର୍କ । ମୃତ୍ୟୁ ବି ଏ ସଂପର୍କକୁ ଅଲଗା କରିପାରେନି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାରବାଙ୍କିର ନାମକ ଏକ ସ୍ଥାନରେ ।
ଏଠାରେ ଆମେ ଆପଣଙ୍କୁ ବାରବାଙ୍କିରେ ରହୁଥିବା ଜଣେ ୬୫ ବର୍ଷିୟା ଜେଜେମୋ’ ଏବଂ ତାଙ୍କ ୧୭ ବର୍ଷିୟ ନାତି ବିଷୟରେ କହୁଛୁ । ବାରବାଙ୍କି ନାମକ ଏକ ସ୍ଥାନରେ ୬୫ ବର୍ଷିୟ ମିଥଲେଶ ନାମକ ଜଣେ ବୃଦ୍ଧା ତାଙ୍କ ଦିବ୍ୟାଶନୁ ନାମକ ନାତି ସହ ଗତ ସାତ ବର୍ଷ ଧରି ତାଙ୍କ ଘରେ ରହୁଥିଲେ । ତାଙ୍କ ଜିବନଶୈଳୀ ସଂପୂର୍ଣ୍ଣ ଭିନ୍ନ ଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଦୀର୍ଘ ୨୫ ବର୍ଷ ଭିତରେ ସେ ତାଙ୍କ ୧୦ ଜଣ ପ୍ରିୟଜନଙ୍କୁ ହରାଇସାରିଥିଲେ । ମିଥଲେଶଙ୍କ ବିବାହ ପରେ ତାଙ୍କ ପ୍ରଥମ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ଏହାପରେ ସେ ଆରପିଏଫ କନେଷ୍ଟବଳ ସତ୍ୟନାରାୟଣ ବର୍ମାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇପୁଅ ଓ ଦୁଇ ଝିଅ ଥିଲେ । ବିବାହର୧୫ ବର୍ଷ ପରେ ଝିଅ ଜ୍ୱାଇଁଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମିଥଲେଶଙ୍କ ଦୁଇପୁଅଙ୍କ ସନେ୍ଦହଜନକ ଭାବେ ନିଖୋଜ ହୋଇଯାଇଥିଲେ ।

ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ବୋହୁ ଏବଂ ନାତିମାନେ ମଧ୍ୟ ତାଙ୍କୁ ଛାଡିକି ଚାଲି ଯାଇଥିଲେ । ଏହାପରେ ବୃଦ୍ଧାଙ୍କ ଝିଅଜ୍ୱାଇଁଙ୍କ ପୁଅ ଦିବ୍ୟାଶନୁ ବୃଦ୍ଧାଙ୍କ ସହ ରହୁଥିଲେ । ଏହାପେର ବୃଦ୍ଧାଙ୍କ ସ୍ୱାମୀ ସତ୍ୟ ନାରାୟଣଙ୍କର ୨୦୧୬ ମସିହାରେ ମୃତ୍ୟୁ  ହୋଇଥିଲା । ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁଃଖକୁ ଦେଖି ବୃଦ୍ଧା ମିଥଲେଶ ଦୁନିଆ ଉପରୁ ବିଶ୍ୱାସ ହରାଇସାରିଥିଲେ । ଜଣେପରେ ଜଣଙ୍କର ମୃତ୍ୟୁ ପରେ ବୃଦ୍ଧାଜଣଙ୍କ ଏତେ ବିଷାସଗ୍ରସ୍ତ ହୋଇଯାଇଥିଲେ ଯେ ନାତିକୁ ତାଙ୍କର ଗରୁ ବାହାରକୁ ଯିବାକୁ ଦେଉନଥିଲେ । କି ସ୍କୁଲ ଯିବାକୁ ମଧ୍ୟ ଦେଉନଥିଲେ । ଏପରିକି ନାତି ମଧ୍ୟ ମାନସିକ ସ୍ତରରେ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଦିନେ କୌଣସି କାରଣରୁ ନାତି ଦିବ୍ୟାଶନୁର ମୃତ୍ୟୁ  ହେଲା । ଏହାକୁ ସହଜରେ ଗ୍ରହଣ କରିପାରିଲେନି ମୃଦ୍ଧା ଜେଜେମା’ ମିଥଲେଶ । ନାତିର ମୃତ ଦେହ ସହ ୧୦ ଦିନ ଧରି ରହିବା ପରେ ମଧ୍ୟ ନାତିର  ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି । ଏପରିକି ମୃତ ଶରୀରରେ ପୋକ ଚଢିଯାଇଛି ତଥାପି ସେ ସମସ୍ତଙ୍କୁ ନାତିର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରୁଛନ୍ତି ଏବଂ କହୁଛନ୍ତି ମୋ ନାତିର ଦେହ ଭଲ ନାହିଁ କେହି ତା ପାଇଁ ଔଷଧ ଆଣିଦିଅ । ସ୍ଥାନୀୟ ଲୋକେ ଏହାକୁ ଅତ୍ୟନ୍ତ ଉଦାସୀନତାର ଘଟଣା ବୋଲି ଦର୍ଶାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ