Masthead

ଗ୍ରୀଷ୍ମ ପ୍ରବାହ ମୁକବିଲା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ସହିତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ନବୀନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏ ନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି । ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ କରାଯିବ । ଖରାପ ନଳକୂପର ମରାମତି କରାଯିବ । କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସେହିପରି ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ୟ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ । ଓଆରଏସ୍ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବା, ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସତେନ କରିବାକୁ କହିଛନ୍ତି ଏସଆରସି । ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ ସହ ଅଂଶୁଘାତ ୱାର୍ଡ ଖୋଲାଯିବ । ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଶ୍ରମିକମାନେ କାମ କରିବେନି । ଏହା ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି ଏସଆରସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ