Masthead

ଭେଟ ନୀତିି ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାଖଳାରେ ରୁକୁୁଣା ରଥ । ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରିିବିଜେ ନୀତି । ରୁକୁଣା ରଥଯାତ୍ରାର କାଲି ଥିଲା ଷଷ୍ଠ ଦିନ । ପ୍ରଚଳିତ ପ୍ରଥା ଅନୁସାରେ ୬ ଦିନରେ ମହାପ୍ରଭୁ ମନ୍ଦିରକୁ ବିଜେ କରିନଥାନ୍ତି । ଦେବଦେବୀ ପୂର୍ବପରି ରଥାରୁଢ ଅଛନ୍ତି । ରବିବାର ରଥ ତିନିମୁଣ୍ଡିଆ ଛକର କିଛି ଦୁରରେ ଅଟକି ରହିଥିଲା । ସୋମବାର ଅପରାହ୍ନରେ ଆରମ୍ଭ ହୋଇଥିଲା ରଥ ଟଣା । ହରହର ମହାଦେବ, ଓଁ ନମଃ ଶିବାୟ ଧ୍ୱନୀରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଏହା ସାଙ୍ଗକୁ ହୁଳହୁଳି ଓ ହରିବୋଲ ଧ୍ୱନୀରେ ରଥଦାଣ୍ଡ ଉଚ୍ଛୁଳି ପଡ଼ିଥିଲା ।

ଭକ୍ତମାନେ ରଥକୁ ଟାଣି ଟାଣି ମହାଖଳାରେ ଲଗାଇଥିଲେ । ପରମ୍ପରା ଅନୁସାରେ ରଥ ଗୋପାଳ ତୀର୍ଥ ମଠ ନିକଟରେ ପହଞ୍ଚିବା ମାତ୍ରେ ମାଆ ପାର୍ବତୀ ପାଲିଙ୍କି ଚଢି ବିଜେ ହୋଇଥିଲେ । ସେବାୟତଙ୍କ ଗହଣରେ ମାଆ ରଥ ନିକଟରେ ପହଞ୍ଚି ରଥ ପରିକ୍ରମା କରିଥିଲେ । ହେରାଦଶମୀରେ ମାଆଙ୍କ ରାଗ ଅଭିମାନ ପୁଣି ଦେଖିବାକୁ ମିଳିଥିଲା । ସାଙ୍ଗରେ ଭଉଣୀ ମାଆ ରୁକୁଣୀଙ୍କୁ ନେଇଥିଲେ ବି ତାଙ୍କୁ ମାଉସୀ ଘରକୁ ନେଇନଥିବା ରାଗରେ ମଆ ପାର୍ବତୀ ସୋମବାର ବି ରଥ ଭାଙ୍ଗି ପକାଇଥିଲେ । ମାଆ ପାର୍ବତୀ ଫେରି ଯିବା ପରେ ପୁଣି ରଥ ଆଗକୁ ବଢିଥିଲା ।

ମହାଖଳାରେ ପହଞ୍ଚିବା ପରେ ବନ୍ଧା ହୋଇଥିଲା ଚାରମାଳ । ରଥର ଦୁଇ ପାଶ୍ୱର୍ରେ ଲଗାଯାଇଥିଲା ନୂଆ ସିଡ଼ି । ଶହ ଶହ ଭକ୍ତରଥ ଉପରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାତି ୯ବେଳକୁ ସମାହିତ ହୋଇଥିଲା ଚାହାଣି ମଣ୍ଡପ ନୀତି । ମାଆ ପାର୍ବତୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ । ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଚାହାଣୀ ମଣ୍ଡପରେ ମାଆ ପାର୍ବତୀ । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭେଟ ନୀତି । ବିଶ୍ୱାସ ଅଛି ଏହି ଭେଟ ନୀତିି ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ