‘କଂଗ୍ରେସ ଫାଇଲ୍ସ’ ର ଦ୍ୱିତୀୟ ଭାଗ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପିର ‘କଂଗ୍ରେସ ଫାଇଲ୍ସ’ ର ଦ୍ୱିତୀୟ ଭାଗ ଜାରି । ବିଜେପି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗ ଜାରି କରିଛି । କଂଗ୍ରେସ ଅମଳରେ ହୋଇଥିବା ଜାଲିଆତି ଓ ଦୁର୍ନୀତି ବାବଦରେ ଏଥିରେ ନୂଆ ସୂଚନା ଦିଆଯାଇଛି । ସୋମବାର ନିଜ ଟ୍ୱିଟର ହ୍ୟାଲେଣ୍ଡ ଭିଡିଓ ସେୟାର କରିଛି ବିଜେପି । ଏଥିରେ ବିଜେପି ଅଭିଯୋଗ କରିଛି ଯେ ଏମଏଫ ହୁସେନଙ୍କ ପେଣ୍ଟିଂକୁ ପ୍ରିୟଙ୍କା ଗାନ୍ଧି ବିକ୍ରି କରିଥିଲେ । ୟସ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁର ଏହାକୁ ପ୍ରିୟଙ୍କାଙ୍କ ଠାରୁ ୨ କୋଟି ଟଙ୍କାରେ କିଣିଥିଲେ । ପେଣ୍ଟିଂ କଣିବା ପାଇଁ ରାଣା କପୁରଙ୍କ ଉପରେ ଚାପ ପକାଯାଇଥିଲା ।

ମିଳିଥିବା ୨ କୋଟି ଟଙ୍କାକୁ ସୋନିଆ ଗାନ୍ଧିଙ୍କ ଚିକିସôାରେ ଖର୍ଚ୍ଚ କରାଯାଇଥିଲା ବୋଲି ରବିବାର କଂଗ୍ରେସ ଫାଇଲ୍ସର ପ୍ରଥମ ଭାଗ ଜାରି କରି ବିଜେପି କହିଛି । ହିଡେନବର୍ଗ-ଆଦାନୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଛି । ବିଜେପି ଏବେ କଂଗ୍ରେସ ଫାଇଲ୍ସ ଦ୍ୱାରା ଦେଉଛି ମୁହଁ ତୋଡ ଜବାବ । କଂଗ୍ରେସ ଫାଇଲ୍ସର ଦ୍ୱିତୀୟ ଏପିସୋଡରେ ବିଜେପି କହିଛି ଦୁର୍ନୀତିରେ କଂଗ୍ରେସ ମାହିର । ହେର ଫେର କରିବା ଲାଗି ବିଭିନ୍ନ ଉପାୟ ଚିନ୍ତା କରିବାରେ ହାତ ବେଶ ସିଦ୍ଧକସସ୍ତ । ଏଭଳି ଉପାୟ ଅନ୍ୟ କେହି କରିପାରିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’