Masthead

‘କଂଗ୍ରେସ ଫାଇଲ୍ସ’କୁ ଯୁବ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ବିଜେପି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗ ଜାରି କରିଛି । କଂଗ୍ରେସ ଅମଳରେ ହୋଇଥିବା ଜାଲିଆତି ଓ ଦୁର୍ନୀତି ବାବଦରେ ଏଥିରେ ନୂଆ ସୂଚନା ଦିଆଯାଇଛି । ଯାହାକୁ ନେଇ ଟାର୍ଗେଟ କରିଛି ଯୁବ କଂଗ୍ରେସ । ଆରମ୍ଭ କରିଛି ‘ଜୱାବ ଦୋ ପୋଷ୍ଟକାର୍ଡ’ ଅଭିଯାନ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ତିନୋଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଆଜି ପର୍ଯ୍ୟନ୍ତ ବିଜେପି ଆଦାନୀକୁ କେତେ ଟଙ୍କା ଦେଇଛି? ସରାକାରୀ ଗସ୍ତ ପରେ ଆଦାନୀଙ୍କୁ କେତେ ଠିକା ମିଳିଛି ? ଆଦାନି ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଧନୀ କିପରି ହେଲେ ତାର ସୂତ୍ର ଦିଅନ୍ତୁ ?

ସେପଟେ କଂଗ୍ରେସର ଏହି ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି । ଏଥିରେ ଯୁବ କଂଗ୍ରେସ କର୍ମୀମାନେ ଲୋକଙ୍କ ଘରକୁ ଘର ବୁଲି ଅଭିଯାନ ଚଳାଇବେ । ପ୍ରତ୍ୟେକ ସହର ଓ ଗାଁକୁ ଯିବେ ଯୁବ କଂଗ୍ରେସ କର୍ମୀ । ସବୁ ଲୋକଙ୍କ ପାଖରେ ଏହି ଅଭିଯାନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପଠାଯିବ । ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୩ଟି ପ୍ରଶ୍ନର ଉତ୍ତର ମାଗିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ