Masthead

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଫାଇଲ୍ ନିଖୋଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ନିଖୋଜ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଆଇନ ବିଭାଗରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ନିଖୋଜ । ଫାଇଲ ନମ୍ବର ଜେଟିଏ/୨୦୦୬ ପିଟି ଓ ଜେଟିଏ/ ୨୦୧୪ର ପତ୍ତା ମିଳୁନି । ହାଇକୋର୍ଟ ମାମଲାରେ ଏହି ଦୁଇ ଫାଇଲର୍ ଗୁରୁତ୍ୱ ଥିବାରୁ ସରକାରଙ୍କ ନିଦ ହଜିଯାଇଛି । ତେଣେ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଶ୍ରୀମନ୍ଦିର ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ । ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିଥିଲା । ଏବେ ଫାଇଲ ହଜିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ତେଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଫାଇଲ ହଜିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।  ଜଗନ୍ନାଥ ମନ୍ଦିର ସମ୍ପର୍କିତ ଫାଇଲ ହଜିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ଉଦବେଗ ଜନକ ଘଟଣା । କିନ୍ତୁ ଫାଇଲ ହଜି ନାହିଁ । ଫାଇଲ ଲୁଚାଇ ରଖାଯାଇଛି । ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏଭଳି ତଥ୍ୟ ତା ଭିତରେ ଥିବ, ଯାହାକୁ ବୋଧେ ଲୋକଲୋଚନକୁ ଆଣିବା ପାଇଁ ସେମାନେ ଚାହାନ୍ତି ନାହିଁ । ସେଥିପାଇଁ ହଜି ଯିବା ପନ୍ଥାର ଆଶ୍ରୟ ନିଆଯାଇଛି ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି । ଶାସନଗତ ଶୃଙ୍ଖଳା ଅଭାବରୁ ଏଭଳି ଘଟୁଛି ବୋଲି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ।

ବିରୋଧୀଙ୍କୁ ଉତ୍ତର ଦେଇଛି ବିଜେଡି । ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଫାଇଲ ହଜିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଇନ ବିଭାଗ ତର୍ଜମା କରୁଛି । ହଜିଥିବା ଫାଇଲ ପାଇବା ପାଇଁ ଉଦ୍ୟମ ଜାରି ରହିଛି ।  ପୂର୍ବରୁ ହଜିଥିଲା ରତ୍ନଭଣ୍ଡାର ଚାବି । ଏବେ ଫାଇଲ ହଜିଯାଇଛି । ଏହାକୁ ସାଧାରଣ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି