Masthead

ପୁରୀ ବାସୀଙ୍କ ଜଗା ଦର୍ଶନ

ପୁରୀ(ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ୯ ମାସ ପରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ । ୩ଦିନ ଧରି ସେବାୟତ ମାନଙ୍କ ପାଇଁ ଚାଲିଥିବା ଦର୍ଶନ ଆସନ୍ତାକାଲି ଶେଷ ହେବା ପରେ ଆଜିଠାରୁ ଲଗାତର ୩ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ପୁରୀ ସହରବାସୀ । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ୭ଟି ୱାର୍ଡ଼ର ସ୍ଥାନୀୟ ବାସୀନ୍ଦାଙ୍କୁ ଅନୁମତି ମିଳିଛି । କୋଭିଡ ଗାଇଡଲାଇନ ମାନି ଜଗା ଦର୍ଶନ କରୁଛନ୍ତି ପୁରୀ ସହରବାସୀ । ସକାଳ ୮ଟା ରୁ ୧୨ଟା ଯାଏଁ ୬ ଏବଂ ୯ ନମ୍ବର ୱାର୍ଡ଼ବାସୀ କରିପାରିବେ ଦର୍ଶନ ।

ସେହିନରି ୧୨ଟାରୁ ୪ଟା ମଧ୍ୟରେ ୧୨ ଏବଂ ୧୫ ନମ୍ବର ୱାର୍ଡ଼ବାସୀ କରିବେ ଦର୍ଶନ । ଏବଂ ୪ଟା ୩୦ରୁ ରାତି ୯ଟା ମଧ୍ୟରେ ୧୧, ୨ ଏବଂ ୩ ନମ୍ବର ୱାର୍ଡ଼ବାସୀ ଜଗା ଦର୍ଶନ କରିବାର ସୂଯୋଗ ପାଇବେ । ସମସ୍ତ ଭକ୍ତ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ନିଜର ପରିଚୟ ପତ୍ର ଦେଖାଇବେ ଏବଂ ସମସ୍ତଙ୍କ ପାଇଁ ମାସ୍କ ଏବଂ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା