Masthead

ସୁବାଷ ଗନ୍ତାୟତଙ୍କ ଦେହାନ୍ତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବରିଷ୍ଠ ବିଜେପି ନେତା ସୁବାଷ ଗନ୍ତାୟତଙ୍କ ପରଲୋକ । ଦୀର୍ଘଦିନ ଧରି କ୍ୟାନସର ରୋଗରେ ପୀଡ଼ିତ ଥିଲେ ସୁବାଷ । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ଆଜି ସକାଳ ୬ଟା ୧୫ରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ସୁବାଷ ଗନ୍ତାୟତ । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ସେ । ପ୍ରବାସୀ ଓଡ଼ିଆ ସମାଜର ମଧ୍ୟ ଆବାହକ ଭାବେ କାର୍ଯ୍ୟ କରୁଥିଲେ ।

ସୁବାଷଙ୍କ ଘର ଖୋର୍ଦ୍ଧା । ସେ ଛାତ୍ର ଜୀବନରୁ ବିଭିନ୍ନ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଖୋର୍ଦ୍ଧା ପିଏନ କଲେଜର ପୂର୍ବତନ ସଭାପତି ଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସମ୍ପାଦକ ମଧ୍ୟ ଥିଲେ ସେ । ଜରୁରୀକାଳୀନ ପରିସ୍ଥିତି ବେଳେ ଏବିଭିପିର ନେତୃତ୍ୱ ନେଇ ଜେଲ ମଧ୍ୟ ଯାଇଥିଲେ ସୁବାଷ । ରାଜ୍ୟ ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଥିଲେ ସୁବାଷ ଗନ୍ତାୟତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା