Masthead

ସୁଭଦ୍ରା ଅପଡ଼େଟ: ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଯାଆନ୍ତୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଆଜି ଓ ଆସନ୍ତାକାଲି ବ୍ୟାଙ୍କ ଯାଆନ୍ତୁ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍ ଆସିଛି, ମେସେଜ ଆସିଛି ଯାଆନ୍ତୁ । ଏନପିସିଆଇ ଦ୍ୱନ୍ଦ୍ୱ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ । ଏନପିସିଆଇ ଦ୍ୱନ୍ଦ୍ୱ ଦୂର କଲେ ଟଙ୍କା ପାଇବେ । ପ୍ରାୟ ୩ଲକ୍ଷ ୩୧ହଜାର ଆବେଦନକାରୀଙ୍କ ସମସ୍ୟା ରହିଛି ।

୨୯ ଓ ୩୦ ତାରିଖରେ ବ୍ୟାଙ୍କରେ ଏହି ସ୍ପେଶାଲ ଡେସ୍କ ଓ ଟିମ୍ ବସିବେ । ବ୍ୟାଙ୍କ ମିତ୍ରମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରିବେ। ଏପର୍ଯ୍ୟନ୍ତ ମୋଟ ୧କୋଟି ୭ଲକ୍ଷ ୨୩ ହଜାର ୨୯୪ ଜଣ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମୋଟ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ୧ ଲକ୍ଷ ୫୫ ହଜାର ୧୫୮ ଜଣଙ୍କର ଇ-କେୱାଇସି ପେଣ୍ଡିଂ ଅଛି। ଏହାସହ ମୋଟ ୧ ଲକ୍ଷ ୭୫ ହଜାର ୧୧୯ ଜଣଙ୍କର ଫିଲ୍ଡ ଭେରିଫିକେସନ ପେଣ୍ଡିଂ ଅଛି। ଅନ୍ୟପକ୍ଷରେ ପୁରୁଷ ଆବେଦନକାରୀଙ୍କ ରେଜିଷ୍ଟ୍ରେସନ ସଂଖ୍ୟା ଆଉ ବଢି ନାହିଁ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ