Masthead

ବିଜୟଙ୍କ ମୃତ୍ୟୁକୁ ବର୍ଷେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କିଏ କହେ ତାଙ୍କୁ ଓଡ଼ିଆ ସିନେମାର ବେତାଜ୍‌ ବାଦ୍‌ଶାହା ତ କିଏ କହେ ମୁକୁଟବିହୀନ ସମ୍ରାଟ । କିନ୍ତୁ ସେ ଥିଲେ, କୋଟିଏ ତାରା ଭିତରେ ଗୋଟିଏ ଜହ୍ନ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ କଳାକାର । ଘରେ ଘରେ ପରିଚିତ ଜଣେ ଖାଣ୍ଟି ଓଡ଼ିଆ । ଏହା ମଧ୍ୟରେ ତାଙ୍କ ମୃତ୍ୟୁକୁ ପୁରିଛି ବର୍ଷେ । କିନ୍ତୁ ଆଜି ବି ତାଙ୍କ ସ୍ମୃତି ସେମିତି ଅପାସୋରା ରହିଛି ।

ଜୁଲାଇ ୨୦, ୨୦୨୦ରେ ବିଜୟ ମହାନ୍ତିଙ୍କୁ ଅଶ୍ରୁଭରା ବିଦାୟ ଦେଇଥିବା ସିନେମାପ୍ରେମୀ ଆଜି ତାଙ୍କୁ ମନେ ପକାଉଛନ୍ତି, ଝୁରି ହେଉଛନ୍ତି । ଅଭିନୟ ଜୀବନକୁ ନେଇ ବିଜୟ ସବୁବେଳେ କହୁଥିଲେ, ‘ଆଉ ମୋର କିଛି ଦରକାର ନାହିଁ । ଯଦି ବି କେବେ ମରିଯାଏ ଏବଂ ପୁନର୍ଜନ୍ମ ଲାଭ କରେ ଏଇ ଓଡ଼ିଶା ମାଟିରେ ଜନ୍ମ ହେବି ।

କଳାକାରଟିଏ ହୋଇ ଜନ୍ମହୋଇ ଦର୍ଶକଙ୍କ ହୃଦୟରେ ରହିବା ପାଇଁ ଚେଷ୍ଟା କରିବି’ । ଆଉ ଆଜି ସତରେ, ସେ ନାହାନ୍ତି ହେଲେ ଦର୍ଶକଙ୍କ ହୃଦୟରେ ଏବେ ବି ରହିଛନ୍ତି । ସେ ସିନେମା କରୁଥିଲେ, ନାଟକର କାହାଣୀ ଲେଖୁଥିଲେ ମାତ୍ର ବାସ୍ତବରେ ସେ ଥିଲେ ଏକ ସିନେମା ଆଉ ସେ ଥିଲେ ଅସଂଖ୍ୟ କାହାଣୀର ନାୟକ । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶତ ଶତ ପ୍ରଣାମ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି