Masthead

ବିଜୟଙ୍କ ମୃତ୍ୟୁକୁ ବର୍ଷେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କିଏ କହେ ତାଙ୍କୁ ଓଡ଼ିଆ ସିନେମାର ବେତାଜ୍‌ ବାଦ୍‌ଶାହା ତ କିଏ କହେ ମୁକୁଟବିହୀନ ସମ୍ରାଟ । କିନ୍ତୁ ସେ ଥିଲେ, କୋଟିଏ ତାରା ଭିତରେ ଗୋଟିଏ ଜହ୍ନ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ କଳାକାର । ଘରେ ଘରେ ପରିଚିତ ଜଣେ ଖାଣ୍ଟି ଓଡ଼ିଆ । ଏହା ମଧ୍ୟରେ ତାଙ୍କ ମୃତ୍ୟୁକୁ ପୁରିଛି ବର୍ଷେ । କିନ୍ତୁ ଆଜି ବି ତାଙ୍କ ସ୍ମୃତି ସେମିତି ଅପାସୋରା ରହିଛି ।

ଜୁଲାଇ ୨୦, ୨୦୨୦ରେ ବିଜୟ ମହାନ୍ତିଙ୍କୁ ଅଶ୍ରୁଭରା ବିଦାୟ ଦେଇଥିବା ସିନେମାପ୍ରେମୀ ଆଜି ତାଙ୍କୁ ମନେ ପକାଉଛନ୍ତି, ଝୁରି ହେଉଛନ୍ତି । ଅଭିନୟ ଜୀବନକୁ ନେଇ ବିଜୟ ସବୁବେଳେ କହୁଥିଲେ, ‘ଆଉ ମୋର କିଛି ଦରକାର ନାହିଁ । ଯଦି ବି କେବେ ମରିଯାଏ ଏବଂ ପୁନର୍ଜନ୍ମ ଲାଭ କରେ ଏଇ ଓଡ଼ିଶା ମାଟିରେ ଜନ୍ମ ହେବି ।

କଳାକାରଟିଏ ହୋଇ ଜନ୍ମହୋଇ ଦର୍ଶକଙ୍କ ହୃଦୟରେ ରହିବା ପାଇଁ ଚେଷ୍ଟା କରିବି’ । ଆଉ ଆଜି ସତରେ, ସେ ନାହାନ୍ତି ହେଲେ ଦର୍ଶକଙ୍କ ହୃଦୟରେ ଏବେ ବି ରହିଛନ୍ତି । ସେ ସିନେମା କରୁଥିଲେ, ନାଟକର କାହାଣୀ ଲେଖୁଥିଲେ ମାତ୍ର ବାସ୍ତବରେ ସେ ଥିଲେ ଏକ ସିନେମା ଆଉ ସେ ଥିଲେ ଅସଂଖ୍ୟ କାହାଣୀର ନାୟକ । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶତ ଶତ ପ୍ରଣାମ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’