Masthead

ରେଳଧାରଣା ନିକଟରେ ପ୍ରେମୀ ଯୁଗଳଙ୍କ ଅତ୍ମହତ୍ୟା

ପୁରୀ(ବଡ଼ ଖବର ବ୍ୟୁରୋ): ରେଳ ଧାରଣାରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ପୁରୀ ରେଳ ଷ୍ଟେସନରେ ଘଟିଛିଏଭଳି ଅଭାବନୀୟ ଘଟଣା।ରେଳଷ୍ଟେସନ ପ୍ଲାଟଫର୍ମ ନିକଟରେ ଟ୍ରେନ ଲାଇନରେ ଯୁବକ, ଯୁବତୀ ଆତ୍ମହତ୍ୟାକରିଛନ୍ତି। ତାଳବଣିଆ ଲେବୁଲ କ୍ରସିଂ ଠାରୁ ପ୍ଲାଟଫର୍ମ ଦିଗକୁ ୨୦୦ ମିଟର ଦୂର ରେଳଧାରଣାରେ ପଡ଼ିଥିଲା କ୍ଷତାକ୍ତ ମୃତଦେହ।

ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା କରିଥିବା ଯୁବକ ଯୁବତୀ ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ୩୦ ବର୍ଷୀୟା ତୃପ୍ତିମୟୀ ସାହୁ ଓ ୩୫ ବର୍ଷୀୟା ଯତୀନ ଶେଖର ପାଢ଼ୀ। ମୃତ ଦେହ ନିକଟରୁ ଆଧର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି। ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଉଭୟ ପ୍ରେମୀ ଯୁଗଳ ହେବେ ବୋଲି ସନ୍ଦେହ କରାଯାଉଛି। ଆଜି ସନ୍ଧ୍ୟାରେ ସାଲିମାର୍ ଏକ୍ସପ୍ରେସ ୱାସିଂ ଲାଇନ୍ ରୁ ସଟିଂ କରି ପ୍ଲାଟଫର୍ମକୁ ଆସୁଥିବାବେଳେ ଯୁବକ ଯୁବତୀ ରେଳଧାରଣାରେ ଟ୍ରେନ ଆଗକୁ ମୁଣ୍ଡ ଦେଖାଇ ଦେଇଥିଲେ। ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଉଭୟଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି