Masthead

ସୁନ୍ଦରୀ ଗଲା ରାଜୁ, ମହେନ୍ଦ୍ର ଯିବେନି ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟର ଶୋଭା ଅତ୍ୟନ୍ତ ମନମୁଗ୍ଧକର । ମହାନଦୀ କୂଳରେ ଅବସ୍ଥିତ ଏହି ଅଭୟାରଣ୍ୟ ଅତି ଘଞ୍ଚ, କିନ୍ତୁ ଏହି ଅଭୟାରଣ୍ୟରୁ ମାଫିଆ ମାନେ ବାରମ୍ବାର କାଠ ଚୋରି କରି ଶ୍ରୀହୀନ କରିଦେଲେ । କାଠ ମାଫିଆଙ୍କ ଆକ୍ରମଣରେ କିଛି ବନ କର୍ମଚାରୀ ଆହାତ ମଧ୍ୟ ହେଲେ । ସାତକୋଶିଆର ସୁରକ୍ଷା ଚିନ୍ତା ବଢିଲା । ଏହି ଅଭୟାରଣ୍ୟରେ ବାଘ ଛାଡିବାକୁ ସରକାରୀ ସ୍ତରରେ ହେଲା ନିଷ୍ପତି । ମଧ୍ୟପ୍ରଦେଶର କାହ୍ନାରୁ ଆସିଲା ବାଘୁଣୀ ସୁନ୍ଦରୀ । କିଛି ଦିନ ପରେ ସୁନ୍ଦରୀର ସାଥୀ କାହ୍ନାରୁ ଆସିଥିଲା ସାତକୋଶିଆ ।

କିଛିଦିନ ପରେ ସାଥିର ମୃତ୍ୟୁ ହେବାରୁ ସୁନ୍ଦରୀ ନିସଙ୍ଗ ହୋଇଗଲା । ନିସଙ୍ଗ ଜୀବନ ସୁନ୍ଦରୀକୁ କଲା ଅଧିକ ହିଂସ୍ର। ଶୀକାର କଲା ମଣିଷ । ବାଘୁଣୀ ସୁନ୍ଦରୀର ଗତିବିଧିକୁ ନଜର ରଖିବା ପାଇଁ ଶିମିଳିପାଳରୁ ଆସିଲା ଦୁଇ ହାତୀ ରାଜୁଓ ମହେନ୍ଦ୍ର । ସୁନ୍ଦରୀ ଏବେ ଜନ୍ମ ମାଟି ମଧ୍ୟପ୍ରଦେଶକୁ ଫେରିଯାଇଛି । ଯାହାକୁ ନେଇ ସାତକୋଶିଆ ଅଧିବାସୀଙ୍କ ମନରେ ଖୁସି ଦେଖିବାକୁ ମିଳିଛି । ୨ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଧରାଯାଇଛି । ତେବେ ସତରେ କ’ଣ ହାତୀ ଦୁଇଟି ଫେରିଯିବ ସେଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏନେଇ ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ରାଇଗୁଡା ଏନକ୍ଲୋଜର ମଧ୍ୟରେ ବାଘୁଣୀକୁ ଧରିବା ପାଇଁ ଯନ୍ତାରେ ଶିକାର ରଖା ଯ।।ଇଥିଲା । କିନ୍ତୁ ବାଘୁଣୀକୁ ଧରାଯାଇପାରିନଥିବାରୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ବାଘୁଣୀ ସୁନ୍ଦରୀ କାଲି ମଧ୍ୟପ୍ରଦେଶକୁ ଫେରିଯିବାପରେ ସାତକୋଶିଆ ବାସୀ ବହୁତ ଖୁସି ଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି