Masthead

ଅବସର ନେଲେ କିମ୍ବଦନ୍ତି ଫୁଟବଲ ତାରକା ସୁନୀଲ ଛେତ୍ରୀ

କୋଲକାତା(ବଡ଼ ଖବର ବ୍ୟୁରୋ): ଅବସର ନେଲେ କିମ୍ବଦନ୍ତି ଫୁଟବଲ ତାରକା ସୁନୀଲ ଛେତ୍ରୀ । କୁଏତ ବିପକ୍ଷ ଶେଷ ମ୍ୟାଚ ଖେଳିଲେ ସୁନିଲ । ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି ଏବଂ ଏହା ଥିଲା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ୍। ଫାଇନାଲ-୧୮ ପର୍ଯ୍ୟାୟକୁ ଯିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ ଥିଲା। ଭାରତକୁ ପରବର୍ତ୍ତୀ ପର୍ୟ୍ୟାୟକୁ ଯାଇପାରିବ, କିନ୍ତୁ ଅନ୍ୟ ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। ମ୍ୟାଚ୍ ଶେଷ ହେବା ପରେ ଅନ୍ୟ ଖେଳାଳିମାନେ ଛେତ୍ରୀଙ୍କୁ ସମ୍ମାନିତ କରିଥିଲେ, ଏହି ସମୟରେ ସେ ଭାବପ୍ରବଣ ମଧ୍ୟ ହୋଇଯାଇଥିଲେ। ପ୍ରଥମାର୍ଧ ଓ ଦ୍ବିତୀୟାର୍ଧରେ ଭାରତ ଗୋଲ କରିବାର ଅନେକ ସୁଯୋଗ ପାଇଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ହାତଛଡ଼ା କରିପାରିନଥିଲା।

ଭାରତର ପରବର୍ତ୍ତୀ ମ୍ୟାଚ୍ ଜୁନ୍ ୧୧ରେ କତାର ବିପକ୍ଷରେ ହେବ। ଭାରତୀୟ ଅଧିନାୟକ ନିୟମିତ ଭାବେ କୁଏତର ଡିଫେନ୍ସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ମ୍ୟାଚ୍ ଶେଷ ହେବା ପରେ ସଲ୍ଟଲେକ୍ ଷ୍ଟାଡିୟମରେ ପାଖାପାଖି ୫୮ ହଜାର ଲୋକ ତାଙ୍କୁ ଷ୍ଟାଣ୍ଡିଂ ଓଭେସନ୍ ଦେଇଥିଲେ। ତାଙ୍କୁ ଭାରତର ପୂରା ଦଳ ଗାର୍ଡ ଅଫ୍ ଅନର ମଧ୍ୟ ଦେଇଥିଲା, ଏହି ମୁହୂର୍ତ୍ତ ତାଙ୍କୁ ଭାବପ୍ରବଣ କରିଦେଇଥିଲା। ସୁନୀଲ ନିଜ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଜର୍ସିରେ ଲୁହ ପୋଛିଥିବା ଦେଖିବାକୁ ମିଳିଥିଲା । ସୁନୀଲ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ୧୫୧ ମ୍ୟାଚ୍ ଖେଳି ୯୪ ଗୋଲ ସ୍କୋର କରିଥିଲେ। ସୁନୀଲ ଇତିହାସରେ ଭାରତୀୟ ଦଳ ପାଇଁ ଆଜି ପର୍ୟ୍ୟନ୍ତ ସର୍ବାଧିକ ୪ଟି ହ୍ୟାଟ୍ରିକ୍ ସ୍କୋର କରିଛନ୍ତି। ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରେ ବିଶ୍ୱର ଚତୁର୍ଥ ସର୍ବାଧିକ ଗୋଲ୍ ସ୍କୋରର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ