Masthead

ଦିଲ୍ଲୀରେ ବସିବ ଏନଡିଏ ବୈଠକ, ରାଷ୍ଟ୍ରପତିଙ୍କୁ ଭେଟିବେ ଦଳୀୟ ନେତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଏନଡିଏର ପୁଣି ଏକ ବୈଠକ ବସିବ । ଏହା ପରେ ରାଷ୍ଟ୍ରପତିଙ୍କୁ ଭେଟି ଏନଡିଏ ପାର୍ଟିର ନେତା ସରକାର ଗଢ଼ିବାକୁ ଦାବି ଜଣାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଉ ଏହା ପୂର୍ବରୁ ଓଡ଼ିଶାର ନେତୃତ୍ୱ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ବଡ଼ କଥା ହେଉଛି ପ୍ରଥମ ଥର ଓଡ଼ିଶାରେ ବିଜେପି ୨୦ ଲୋକସଭା ଆସନ ଜିତିଛି । ତେଣୁ କେନ୍ଦ୍ରରେ ଓଡ଼ିଶାକୁ ବେଶ ଗୁରୁତ୍ୱ ଦେଇପାରେ ଦଳ । ବିଜେପିର ନବନିର୍ବାଚିତ ସାଂସଦଙ୍କ ବ୍ୟତୀତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ରାଜ୍ୟ ବିଜେପିର ନବନିର୍ବାଚିତ ସାଂସଦ ଓ ରାଜ୍ୟ ସଭାପତିଙ୍କ ସହ ବୈଠକ ବସିବ । ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟ ଶୀର୍ଷ ନେତା ଉପସ୍ଥିତ ରହିବେ । ଏଥିରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଆଲୋଚନା ହୋଇପାରେ । ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଛି ହେଭିୱେଟଙ୍କ ନାଁ ଥିବା ଚର୍ଚ୍ଚା ହେଉଛି ।

କିନ୍ତୁ ସମସ୍ତ ନିଷ୍ପତି ନେବ କେନ୍ଦ୍ରୀୟ ନେତୃତ୍ୱ । ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଭଳି ରାଜ୍ୟରେ ସରପ୍ରାଇଜ ସିଏମ୍ ଦେଇଥିଲା ବିଜେପି । ଠିକ୍ ସେହିଭଳି ଓଡ଼ିଶାକୁ ମଧ୍ୟ ସରପ୍ରାଇଜ୍ ସିଏମ୍ ମିଳିବା ନେଇ ଚର୍ଚ୍ଚା ହେଉଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ୩.୦ ସରକାର ଦେଶରେ ଆରମ୍ଭ ହେବ।ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ବନିବାରେ ଜବାହରଲାଲ ନେହରୁଙ୍କ ପରେ ଦ୍ୱିତୀୟ ପିଏମ୍ ହେବେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ହେବାକୁ ଥିବା ବେଳେ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଧ୍ୟ ସେହି ସନ୍ଧ୍ୟାରେ ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଶପଥ ଗ୍ରହଣରେ ସାମିଲ ହେବାକୁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳରୁ ରାଜ୍ ଅତିଥି ଭାରତକୁ ଆସିବେ ବୋଲି ସୂଚନା ମିଳିଛି। ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ ହେଲାଣି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ