ଅଣ ବିଜେପି ଦଳ ମିଳିତ ହୋଇ କାର୍ଯ୍ୟ କଲେ ଗଣତନ୍ତ୍ର ସୁରକ୍ଷିତ ହୋଇପାରିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବ ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ଜାତୀୟ ସ୍ତରରେ ଏକ ଅଣ ବିଜେପି ରାଜନୈତିକ ସଙ୍ଗଠନ ଗଢିବା ପାଇଁ ୪ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ଶେଷରେ ଶରଦ ପାୱାର କହିଛନ୍ତି ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ରକ୍ଷା କରିବା ପାଇଁ ଅଣ ବିଜେପି ଦଳଗୁଡ଼ିକ ହାତ ମିଳାଇବା ଦରକାର । ଏହା ହିଁ ପ୍ରକୃଷ୍ଠ ସମୟ ଅଣ ବିଜେପି ଦଳଗୁଡିକ ମିଳିତ ହୋଇ କାର୍ଯ୍ୟ କଲେ ଦେଶର ଗଣତନ୍ତ୍ର ସୁରକ୍ଷିତ ହୋଇପାରିବ ।

ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କ ଆଲୋଚନାକୁ ରାଜନୈତିକ ବିଶେଷଜ୍ଞମାନେ ସେତେଟା ଗୁରୁତ୍ୱ ଦେଉନାହାନ୍ତି । ଦୁଇ ନେତା ଆଲୋଚନା ଶେଷରେ ଗଣମାଧ୍ୟମକୁ କହିଥିଲେ ଯେ ତୃତୀୟ ଫ୍ରଣ୍ଟ ସର୍ମ୍ପକରେ କୌଣସ ଆଲୋଚନା ହୋଇନାହିଁ । କିନ୍ତୁ ଜେଡ଼ିଏସ ପକ୍ଷରୁ ଟ୍ୱିଟ କରି କୁହାଗଲା ଯେ ନବୀନ ଓ ନୀତୀଶଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ହୋଇଛି । ଚର୍ଚ୍ଚା ହେଉଛି ବର୍ତ୍ତମାନ ପରିସ୍ଥିତିରେ ନୀତୀଶ କୁମାର କେବେ ହେଲେ ବିହାର ଭବନ ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କ ଆଲୋଚନା କରିନଥିବେ । ପୂର୍ବରୁ ନୀତୀଶ କୁମାର ତୃତୀୟ ସାମୁଖ୍ୟ ଗଠନ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି , ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବଙ୍କ ସହ ଆଲୋଚନା କରିସାରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୀତୀଶ ଭେଟିବାର ଦିନକ ପରେ ନବୀନ ଦିଲ୍ଲୀ ଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ସବୁବେଳେ ଆଗୁଆ ସୂଚନା ଦିଆ ଯାଇଥାଏ । ବିଜେଡି କହିଛି ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସର୍ମ୍ପକରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । କିନ୍ତୁ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ନୀତୀଶଙ୍କ ସହ କ’ଣ ଆଲୋଚନା ହୋଇଛି ଜାଣିବା ପାଇଁ ନବୀନଙ୍କୁ ଦିଲ୍ଲୀ ଡ଼କା ଯାଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ଓ ନବୀନଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହା ପଦାକୁ ଆସିବ ନାହିଁ । କିନ୍ତୁ ଏକଥା ସତ ନବୀନ କେବେ ହେଲେ ବିଜେପି ବିରୋଧରେ ଯିବେ ନାହିଁ । କାରଣ ଅଣ ବିଜେପି ରାଜ୍ୟରେ ଇଡି , ସିବିଆଇ ଓ ଆୟକର ବିଭାଗ ଭଳି କେନ୍ଦ୍ର ସଂସ୍ଥା ଯେପରି ଚଢାଉ କରୁଛନ୍ତି ଓଡ଼ିଶାରେ ତାହା ଦେଖିବାକୁ ମିଳୁନାହିଁ । ବିଜେଡି ବିରୋଧୀ ଦଳ ହୋଇଥିଲେ ମଧ୍ୟ ଏସବୁରୁ ଏକ ପ୍ରକାର ରିହାତି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ