Masthead

‘ସୁପ୍ରିମ’ ରାୟ, ନେତାଙ୍କ ମାମଲା ଶୀଘ୍ର ସାର

ଭୁବନେଶ୍ୱର (ବଡ଼ ଖବର): ବଢିଲା ଦାଗି ନେତାଙ୍କ ଅଡୁଆ । ୨୪ ନିର୍ବାଚନ ପୂର୍ବରୁ ବନ୍ଧା ହୋଇପାରନ୍ତି ଦାଗି ନେତା । ନିର୍ବାଚନ ପୂର୍ବରୁ ‘ସୁପ୍ରିମ’ ତୟାର । ନେତାଙ୍କ ମାମଲା ଶୀଘ୍ର ସାର କହିଲେ ସୁପ୍ରିମକୋର୍ଟ । ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାରେ ପଡୁ ପୂର୍ଣ୍ଣଚ୍ଛେଦ । ତୁରନ୍ତ ବିଚାର ସାରିବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ । ‘ଟ୍ରାଏଲ କୋର୍ଟ ପାଇଁ ଏ ସଂପର୍କରେ ଗାଇଡ଼ଲାଇନ କରିବା କଷ୍ଟସାଧ୍ୟ’ । ମାମଲା ନ ଗଡ଼ାଇବାକୁ ହାଇକୋର୍ଟମାନଙ୍କୁ କହିଲେ ସୁପ୍ରିମକୋର୍ଟ । ଅଶ୍ୱିନୀ ଉପାଧ୍ୟାୟଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି ଅବସରରେ ରାୟ । ଦେଶର ପ୍ରତ୍ୟେକ ରାଜନୈତିକ ଦଳର ନେତାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।

https://fb.watch/ocp-AH-nbF/

ହତ୍ୟା, ଦୁଷ୍କର୍ମ, ଦୁର୍ବବ୍ୟହାର ଭଳି ଅନେକ ଅପରାଧିକ ମାମଲା ସାଂସଦ, ବିଧାୟକଙ୍କ ନାଁରେ ରହିଛି । ୨୪ ନିର୍ବାଚନ ପୂର୍ବରୁ ସେହି ନେତାଙ୍କଠାରେ ଲାଗିଥିବା ଅପରାଧିକ ମାମଲାରେ ବିରାମ ଲଗାନ୍ତୁ କହିଛନ୍ତି ସୁପ୍ରିମକୋର୍ଟ । ଯାହା ଫଳରେ ସମସ୍ତ ରାଜନୈତିକ ପାର୍ଟି ପାଇଁ ଅଡୁଆ ବଢିଛି । ସେପଟେ ବୁଦ୍ଧିଜୀବୀଙ୍କ ମହଲରେ ଏହା ଚର୍ଚ୍ଚା ହେଉଛି ଯେ ଏତେ ସବୁ ମାମଲାକୁ ଏତେ କମ ସମୟରେ ବିଚାର କରିବା କାଠିକର ପାଠ । ଏଥିପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ବେଞ୍ଚ ବସିବାର ଆବଶ୍ୟକତା ରହିଛି । ଏହାର ସମାଧାନ ଲାଗି ସମୟ ଦରାକର । ସେ ଯାହା ହେଉନା କାହିଁକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏଭଳି ଶୁଣାଣି ପରେ ହାଇକୋର୍ଟମାନଙ୍କ କାର୍ଯ୍ୟ ବଢିବା ସହ ଦାଗି ନେତାଙ୍କ ଚିନ୍ତା ବଢିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା