କୋଟିଆରେ ୧୪୪, ଘରୁ ନ ବାହାରିବାକୁ ନିର୍ଦ୍ଦେଶ

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆରେ ଆନ୍ଧ୍ର ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନ କରାଇବାକୁ ମସୁଧା ଚଳାଇଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଅପରାହ୍ନ ୫ଟାରୁ ଆସନ୍ତା ୯ ତାରିଖ ଯାଏଁ କୋଟିଆରେ ୧୪୪ ଧାରା ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ସୀମାନ୍ତ ଧୂଳିପଦର ଓ୍ୱାରସେମ୍ବେଇଠାରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। କୋରାପୁଟ ଉପଜିଲ୍ଲାପାଳ ଓ ଏସପିଓଙ୍କ ସମେତ ପୁଲିସ ମୁତୟନ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ଟି ଗାଁରେ ୨୧ ଜଣ ନୋଡାଲ ଅଫିସରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରୋନା ସଂକ୍ରମଣ ନେଇ ସତର୍କ କରାଇବା ସହ ଜରୁରୀ ନ ଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଏପରିକି ୨ ଦିନ ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।

ସେପଟେ କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି ରାଜ୍ୟ ସରକାର। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ବିରତ ରଖିବାକୁ ଆବେଦନରେ ଅନୁରୋଧ କରାଯାଇଛି । ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ କୋର୍ଟ ଅବମାନନା ମାମଲା ଲାଗି ଆବେଦନ ହୋଇଛି। କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗୁରୁବାର କୋଟିଆରେ ନିର୍ବାଚନ କରିବା ଆଶଙ୍କା ରହିଛି ।

ପୂର୍ବରୁ କୋଟିଆରେ ନିର୍ବାଚନ କରିବା ଉପରେ ଆନ୍ଧ୍ର ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ସ୍ଥଗିତାଦେଶ ଦେଇଥିଲେ । ଏହାପରେ ବୁଧବାର ୩ ଜଣିଆ ଖଣ୍ଡପୀଠ ଏହି ରାୟକୁ ରଦ୍ଦ କରିଥିଲେ। ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ କୋଟିଆରେ ଗୁରୁବାର ଭୋଟ ଗ୍ରହଣ ହେବ । କିନ୍ତୁ ଗଣତି ହେବନି। ଆସନ୍ତା ୧୦ରେ ହେବାକୁ ଥିବା ଗଣତି ପରବର୍ତ୍ତୀ ଆଦେଶ ଯାଏ ବାତିଲ କରାଯାଇଛି । ତେବେ ସମ୍ଭାବ୍ୟ ପଞ୍ଚାୟତ ନିର୍ବାଚନକୁ ଦେଖି ସେଠାରେ ଜଗି ରହିଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ ନେତା।

ପାଟାଙ୍ଗୀର ବିଜେଡି ବିଧାୟକ ପିତମ ପାଢୀ, ବିଜେପି ନେତା ଜୟରାମ ପାଙ୍ଗୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଥିବା ଆଶଙ୍କା କରି ଏହାର ପ୍ରତିବାଦରେ ଏକାଠି ହୋଇଛନ୍ତି । ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡ଼ିଶା-ଆନ୍ଧ୍ର ସୀମାରେ ରାସ୍ତା ଅବରୋଧ କରିଛନ୍ତି। ଓଡ଼ିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!