Masthead

ରାଜପଥ କଡ଼ରେ କାଲିର ଭବିଷ୍ୟତ

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ଅନ୍ଧାର ରାତି । ୫୩ ନମ୍ବର ଜାତୀୟ ରାଜପଥରେ ଯିବା ଆସିବା କରୁଛି ଶହ ଶହ ଗାଡ଼ି ମଟର । ଗାଡ଼ି ଆଳୁଅରେ ସବୁ ଝାପସା ଝାପସା ଲାଗୁଛି । ଗାଡ଼ିଗୁଡିକର ହର୍ଣ୍ଣରେ କିଛି ଶୁଣାଯାଉନି । ଏତିକି ବେଳେ ଟର୍ଚ୍ଚ ଲାଇଟ୍ ଧରି ରାସ୍ତାକଡ଼ରେ ବସିଛି ଜଣେ ନିଷ୍ପାପ ବାଳକ । ସତେ ଯେମିତି ଘରର ସବୁ ଦାୟିତ୍ୱ ତା’ ମୁଣ୍ଡ ଉପରେ । ଢଳ ଢଳ ଆଖିରେ ଚାହି ରହିଛି ଗରାଖଙ୍କୁ । ରାସ୍ତାକଡ଼ରେ ସେ ମେଲିଛି ପସରା, ବାଡି଼ରେ ଫଳିଥିବା କଇଥର ପସରା ।

ଶିଳ୍ପ ଓ ଖଣି ଭରା ଅଞ୍ଚଳକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଗରାଖଙ୍କୁ ଅପେକ୍ଷା କରିବସିଛି ଦେଶର ଭବିଷ୍ୟତ । ପରିବାରର ଖର୍ଚ୍ଚ ଉଠାଇବାକୁ ଯାଇ ରାସ୍ତା କଡରେ ବିକୁଛି କଇଥ । ସୁକିନ୍ଦା ବ୍ଳକ ସୁକିନ୍ଦାଗଡ଼ର ଜଲାଲ । ବୟସ ମାତ୍ର ୬ । ପରିବାରର ଅର୍ଥିକ ଅବସ୍ଥା ଭଲ ନାହିଁ । ଅଭାବ ଅନଟନରୁ ଘରେ ସବୁବେଳେ କଳି ଝଗଡା ଲାଗିରୁହେ । ପରିବାରର ଏଭଳି ଅବସ୍ଥା ଜଲାଲ ସହିପାରିଲାନି । ସବୁଦିନେ ସନ୍ଧ୍ୟାରେ ବାଡିରୁ କଇଥ ଆଣି ରାସ୍ତାକଡରେ ବିକ୍ରି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା