Masthead

ଆଶ୍ୱସ୍ତ ସରକାରୀ କର୍ମଚାରୀ, ପଢ଼ନ୍ତୁ କାହିଁକି

ଭବାନୀପାଟଣା(ବଡ଼ ଖବର ବ୍ୟୁରୋ): କଳାହାଣ୍ଡିବାସୀଙ୍କ ଆରାଧ୍ୟ ମା’ ମାଣିକେଶ୍ୱରୀ । ପ୍ରତିବର୍ଷ ମା’ଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରାରେ ଭକ୍ତମାନେ ପଶୁପକ୍ଷୀଙ୍କୁ ବଳି ଦେବାର ପରମ୍ପରା କେଉଁ ଆବାହମାନ କାଳରୁ ଚଳିଆସୁଛି । ମାତ୍ର ଜୀବେ ଦୟା ଓ ପଶୁପକ୍ଷୀଙ୍କ ପ୍ରତି କୃରତା ଆଇନ ବିରୋଧ ହୋଇଥିବାରୁ ଏଥିରେ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ ।

ଛତରଯାତ୍ରାରେ ବଳି ବନ୍ଦ କରିବା ପାଇଁ ୨୦୧୭ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ବଳି ବନ୍ଦ ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ଭକ୍ତମାନେ ମାନିନଥିଲେ । ଛତରଯାତ୍ରାରେ ପଶୁବଳି ବନ୍ଦ ନହେଲେ ଅଧିକାରମାନେ ଦାୟୀ ରହିବେ ବୋଲି କହିଥିଲେ ହାଇକୋର୍ଟ । ଏହି ରାୟ ୨୦୨୦ ଜୁନ୍ ୧ତାରିଖରେ ପ୍ରକାଶ ପାଇଥିଲା ।

ହାଇକୋର୍ଟଙ୍କ ରାୟକୁ ଭବାନୀପାଟଣାର ସ୍ୱେଚ୍ଛାସେବୀ ଭବନୀଶଙ୍କର ନିଆଲ ସୁପ୍ରିକୋର୍ଟରେ ଚାଲେଞ୍ଜ କରିଥିଲେ । ଆଜି ଦେଶର ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରିଣ ସ୍ଥଗିତାଦେଶ ଜାରି କରିଛନ୍ତି । ଆସନ୍ତା ୨୪ରେ ପାଳିତ ହେବ ମାଣିକେଶ୍ୱରୀଙ୍କ ଛତରଯାତ୍ରା । ହେବ ପ୍ରବଳ ଜନ ସମାଗମ । ମାତ୍ର କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ