Masthead

“ଆଇପିଏଲରୁ କୋହଲି-ଡି’ଭିଲିୟର୍ସଙ୍କୁ ବାସନ୍ଦ କରାଯାଉ”

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଗତ ଅକ୍ଟୋବର ୧୪ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁମା ସ୍ପୋଟର୍ସ କମ୍ପାନୀର ଇନଷ୍ଟାଗ୍ରାମ ପେଜରେ ଲାଇଭ୍ ଚାଟ କରିଥିଲେ । ଏହି ଲାଇଭ୍ ସେସନରେ ଇଂଲଣ୍ଡର ଫୁଟବଲ କ୍ଲବ ମାଞ୍ଚେଷ୍ଟର ସିଟିର ମାଲିକ ପେପ୍ ଗର୍ଡିଓଲା, ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ, ମୁଷ୍ଟିଯୋଦ୍ଧା ମେରି କମ୍ ଓ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ କେ.ଲ ରାହୁଲଙ୍କ ସାକ୍ଷାତକାର ନେଇଥିଲେ ବିରାଟ । ରାହୁଲଙ୍କ ସାକ୍ଷାତକାର ନେବା ସମୟରେ କୋହଲି ରାହୁଲଙ୍କୁ ପଚାରିଥିଲେ କି, ଯଦି ତୁମକୁ ଟି-୨୦ କିମ୍ବା ଆଇପିଏଲରେ କୌଣସି ନିୟମ ପରିବର୍ତ୍ତନ କରିବା ପାଇଁ କୁହାଯିବ ତେବେ କଣ ପରିବର୍ତ୍ତନ କରିବ । ଉତ୍ତରରେ କିଙ୍ଗସ୍ ଏକାଦଶ ପଞ୍ଜାବ ଅଧିନାୟକ ରାହୁଲ ମଜାଦାର ଉତ୍ତର ମଧ୍ୟ ଦେଇଥିଲେ । ରାହୁଲ କହିଥିଲେ ଆଇପିଏଲରୁ ବିରାଟ କୋହଲି ଏବଂ ଏ.ବି. ଡିଭିଲିୟର୍ସଙ୍କୁ ଆସନ୍ତା ବର୍ଷ ବାସନ୍ଦ କରିବାକୁ ସେ ଆଇପିଏଲ ଆୟୋଜକଙ୍କୁ ଅନୁରୋଧ କରିବେ । ତୁମେ ଦୁଇ ବ୍ୟାଟ୍ସମ୍ୟାନ ଏକ ନିର୍ଦ୍ଦିଷ୍ଟ ପରିମାଣର ରନ ସଂଗ୍ରହ କରିସାରିଛ, ୫ ହଜାର ରନ ସଂଗ୍ରହ ଯଥେଷ୍ଟ ଏବେ ଅନ୍ୟ ମାନଙ୍କୁ ଏଥିପାଇଁ ବାଟ ଛାଡିବାକୁ କହିଥିଲେ ରାହୁଲ ।

ସେହି ପ୍ରଶ୍ନର ଉତ୍ତରରେ ସେ ଏହା ମଧ୍ୟ କହିଥିଲେ, ଜଣେ ବ୍ୟାଟ୍ସମ୍ୟାନ ଭାବେ ଯଦି କେହି ୧୦୦ ମିଟରରୁ ଅଧିକ ଦୂରତା ପର୍ୟ୍ୟନ୍ତ ଛକା ମାରନ୍ତି, ତା’ହେଲେ ବ୍ୟାଟ୍ସମ୍ୟାନଙ୍କୁ ଅତିରିକ୍ତ ରନ ମିଳିବା ପାଇଁ ସେ ଦାବି କରିବେ । ଏହି ଉତ୍ତର ପରେ କୋହଲି କଟାକ୍ଷ କରି ବୋଲରମାନଙ୍କ ମତାମତ ନେବା ପାଇଁ କହିଥିଲେ । ଅପରପକ୍ଷରେ କୋହଲିଙ୍କୁ ଯଦି କୁହାଯିବ ଗୋଟିଏ ନିୟମ ବଦଳାଇବାକୁ, ସେ ଜଣେ ଅଧିନାୟକ ଭାବେ ୱାଇଡ୍ ଓ ଅଣ୍ଟା ଉଚ୍ଚ ଫଲଟସ୍ ବଲର ରିଭିୟୁ ଅଧିକାର ପାଇବାକୁ ଚାହିଁବେ ବୋଲି ସେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ