Masthead

କରୋନା କାଳରେ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦେଶବାସୀଙ୍କ ସହ ସରକାର ସମସ୍ତେ ଚିନ୍ତାରେ । ଏଭଳି ପରିସ୍ଥିତିରେ କୋଭିଡ୍ ପରିସ୍ଥିତି ସମ୍ବନ୍ଧରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରତି କେତେଗୁଡ଼ିଏ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସ୍ଥାନୀୟ ଆବାସିକ ପ୍ରମାଣ କିମ୍ବା ପରିଚୟପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ ।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ନିମନ୍ତେ ଏକ ଜାତୀୟ ଯୋଜନା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତି କରିବା ଲାଗି । ଏହାକୁ ଉଭୟ ଅନୁସରଣ କରିବେ । ସ୍ଥାନୀୟ ଆବାସିକ ପ୍ରମାଣ ଓ ପରିଚୟପତ୍ର ନ ଥିଲେ ବି କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଏବଂ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହଯୋଗରେ ଅକ୍ସିଜେନ୍ର ଏକ ‘ବଫର୍ ଷ୍ଟକ୍’ ସୃଷ୍ଟି କରିବା ଉଚିତ। ଆଗାମୀ ଦିନରେ କୌଣସି ସଙ୍କଟ ଦେଖା ଦେଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ସବୁ ଆଡ଼କୁ ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରହିବ । ଜରୁରୀକାଳୀନ ଅକ୍ସିଜେନ୍ ଷ୍ଟକ୍ଗୁଡ଼ିକର ଅବସ୍ଥିତି ବିକେନ୍ଦ୍ରିକରଣ କରାଯିବା ଆବଶ୍ୟକ । ଏଥିସହ ଦିଲ୍ଲୀରେ ନିଅଣ୍ଟ ହେଉଥିବା ଅକ୍ସିଜେନ୍ ଯୋଗାଣ ସମସ୍ୟା ଦୁଇଦିନ ମଧ୍ୟରେ ସମାଧାନ କରିବା ଲାଗି ସୁନିଶ୍ଚିତ ହେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ