Masthead

‘ଯେଉଁ ଦାୟୀତ୍ୱ ମିଳିବ ନିର୍ବାହ କରିବି’

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନରେ ବରଗଡ଼ ଲୋକସଭାର ବିଜେପି ପ୍ରାର୍ଥୀ ଭାବରେ ପ୍ରଦୀପ ପୁରୋହିତକୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକି ସୁରେଶ ପୂଜାରୀଙ୍କୁ ନେଇ ଜନସାଧାରଣରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସାଂସଦ ସୁରେଶ ପୂଜାରୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମୋତେ ଯେଉଁ ଦାୟୀତ୍ୱ ଦେବ ତାକୁ ମୁଁ ନିର୍ବାହ କରିବି । ଦଳ ମୋତେ ବିଭିନ୍ନ ସମୟରେ ଗୁରୁ ଦାୟୀତ୍ୱ ଦେଇଛି । ଏବଂ ନିଷ୍ଠାର ସହ ତାକୁ ନିର୍ବାହ କରିଛି । ଆଗକୁ ଦଳ ମୋତେ ଯାହା ଦାୟୀତ୍ୱ ଦେବ ତାକୁ ସମ୍ମାନ ଦେବି ବୋଲି ସାଂସଦ ସୁରେଶ ପୁଜାରୀ କହିଛନ୍ତି । ବିଗତ ୫ବର୍ଷ ମଧ୍ୟରେ ଯେଉଁସବୁ ଉନ୍ନୟନ ମୂଳକ କାର୍ୟ୍ୟ କରିଛନ୍ତି ସମସ୍ତ କାର୍ୟ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ଏବଂ ସମସ୍ତ କାର୍ୟ୍ୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଭୋଟରଙ୍କ ପର୍ୟ୍ୟନ୍ତ ସମସ୍ତେ ସହଯୋଗ କରିଥିଲେ । ଝାରସୁଗୁଡା, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଯେଉଁ ସମସ୍ତ କାର୍ୟ୍ୟ ଅଧୁରା ରହିଛି ଯିଏ କିଏ ବି ସାଂସଦ ଭାବେ ନିର୍ବାଚିତ ହୋଇ ଆସେ ତାଙ୍କୁ ସହାୟତା କରିବି ବୋଲି କହିଥିଲେ ସାଂସଦ ସୁରେଶ ପୁଜାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ