Before Header

ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

0 1,444

ସାଲେପୁର(ବଡ଼ ଖବର ବ୍ୟୁରୋ): ବିଜେପି ଛାଡ଼ିଲେ ପ୍ରକାଶ ବେହେରା । ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ପ୍ରକାଶଙ୍କ ଇସ୍ତଫା । ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର । କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ ବେହେରା । ୨୦୧୪ରେ ସେ ସାଲେପୁରରୁ କଂଗ୍ରେସ ବିଧାୟକ ହୋଇଥିଲେ । ଏହା ପରେ ୨୦୧୯ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ।

ଦଳ ସାଲେପୁର ପାଇଁ ପ୍ରକାଶ ବେହେରାଙ୍କୁ ଟିକେଟ୍ ଦେଇଥିଲା । ହେଲେ ସେ ସାଲେପୁର ଆସନରୁ ପରାସ୍ତ ହୋଇଥିଲେ । ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି- ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି। ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି। କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରି ନାହିଁ। ବିଜେପିରୁ ଇସ୍ତଫା ଦେଇଥିବା ପ୍ରକାଶ ଚନ୍ଦ୍ର ବେହେରା ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.